Breaking News ଦେଶ-ବିଦେଶ

କାବୁଲରେ ଆତଙ୍କବାଦୀ ଆକ୍ରମଣ, ୨୭ ମୃତ

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଜି ଆୟୋଜିତ ଏକ ରାଜନୀତିକ ଶୋଭାଯାତ୍ରା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ବିସ୍ଫୋରଣ ଯୋଗୁ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ମୃତକଙ୍କ ରହିଛନ୍ତି ମହିଳା ଓ ଶିଶୁ। ତେବେ ବିସ୍ତୃତ ତଥ୍ୟ ମିଳି ନଥିବା ବେଳେ କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିପାରି ନାହିଁ।

Breaking News ବିଶେଷ

ପରିଚୟ ଖୋଜୁଛନ୍ତି ଦାମ !

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ନିର୍ବାଚନ ଲଢିବାକୁ ଦମ୍ଭ ଦେଖାଇଥିବା ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତ ଏବେ ନିଜର ସ୍ଥିତି ପରଖି ସାରିଲେଣି। ବିଜେଡିରୁ ବହିଷ୍କାର ହେବା ପରଠାରୁ ତାଙ୍କୁ କେହି ଗୁରୁତ୍ଵ ଦେଉନାହାନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମାଧ୍ୟମରେ ଅଳ୍ପଦିନ ପାଇଁ ବିଜେପିକୁ ଯାଇଥିଲେ ହେଁ ସେଠାରେ ତିଷ୍ଠି ନପାରି ଦଳ ଛାଡିଥିଲେ। ବର୍ତ୍ତମାନ ପରିଚୟ ସଙ୍କଟ ସୃଷ୍ଟି ହୋଇଛି। ତେଣୁ ବିଜେଡ଼ିକୁ ଫେରିବାକୁ […]

Breaking News ଦେଶ-ବିଦେଶ

ରାମ ମନ୍ଦିରକୁ ଟ୍ରଷ୍ଟରେ ସଦସ୍ୟ କରିବାକୁ ମୋଦିଙ୍କୁ ଶିବସେନାର ଚିଠି

ନୂଆଦିଲ୍ଲୀ : ରାମ ମନ୍ଦିର ଟ୍ରଷ୍ଟରେ ଶିବସେନାର ଜଣେ ସଦସ୍ୟଙ୍କୁ ସାମିଲ କରାଯାଉ। ଏହି ମର୍ମରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଶିବସେନା ଅନୁରୋଧ କରିଛି। ଚିଠିରେ ଦର୍ଶାଯାଇଛି ବାଲ ଠାକରେଙ୍କ ଦ୍ୱାରା ଗଠନ କରାଯାଇଥିବା ଶିବସେନା ରାମ ମନ୍ଦିର ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତେଣୁ ଏହି ଦଳର ଜଣେ ସଦସ୍ୟଙ୍କୁ ଟ୍ରଷ୍ଟରେ ସ୍ଥାନ ଦିଆଯାଉ।

Breaking News ଦେଶ-ବିଦେଶ

ଅନ୍ୟ ଧର୍ମରେ ବିବାହ କଲେ ମିଳିବ ଘର ଓ ଆର୍ଥିକ ସହାୟତା

ନୂଆଦିଲ୍ଲୀ : କେରଳ ସରକାର ରାଜ୍ୟରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ଯୋଜନା ଅନୁଯାୟୀ ଅନ୍ୟ ଧର୍ମରେ ବିବାହ କରୁଥିବା ବ୍ୟକ୍ତିମାନେ ଆଉ ସମସ୍ୟାର ସମ୍ମୁଖୀନ ହେବେନାହିଁ। ସେମାନଙ୍କୁ ସୁରକ୍ଷିତ ଘର ଯୋଗାଇ ଦିଆଯିବ। ଏଥିରେ ନବ ଦମ୍ପତ୍ତି ବର୍ଷକ ପର୍ଯ୍ୟନ୍ତ ରହିପାରିବେ। ସେହିପରି ସରକାରଙ୍କ ପକ୍ଷରୁ ନବ ଦମ୍ପତ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ପୁରୁଷ ଓ ମହିଳା (ବାର୍ଷିକ ଆୟ ଏକ ଲକ୍ଷରୁ […]

Breaking News ଅପରାଧ

ନକଲି ନୋଟ୍ ଜବତ, ୩ ଗିରଫ

ଭୁବନେଶ୍ଵର : ବରଗଡ ଭଟଲିରୁ କ୍ରାଇମବ୍ରାଞ୍ଚ ଏସଟିଏଫ ୨ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ନକଲି ନୋଟ ମଧ୍ୟରେ ରହିଛି ୫୦୦, ୨୦୦ ଓ ୧୦୦ ଟଙ୍କିଆ। ଏହି ଘଟଣାରେ ଗିରଫ ୩ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଛତିଶଗଡ ରାଇଗଡର ମଙ୍ଗଲୁ ମାଲଖାର, କଟକର ସୁଦର୍ଶନ ମହାନ୍ତି ଓ ବରଗଡର ପ୍ରଫୁଲ୍ଲ ମେହେର।

Breaking News ଦେଶ-ବିଦେଶ

ନିର୍ଭୟା ଦୋଷୀ ମୁକେଶ ପୁଣି କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ ୨୦ ତାରିଖରେ ଫାଶୀ ଦିଆଯିବ ବୋଲି ମୃତ୍ୟୁ ପରୱାନା ଜାରି ହୋଇସାରିଛି। କିନ୍ତୁ ଏହାକୁ ଟାଳିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ୪ ଜଣ ଦୋଷୀଙ୍କ ମଧ୍ୟରୁ ମୁକେଶ ପୁଣିଥରେ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବାକୁ ଚାହୁଁଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛି। ସେ କାହିଁକି ଆବେଦନ କରିବାକୁ ଚାହୁଁଛି ତାହାର କାରଣ ମଧ୍ୟ କୋର୍ଟରେ ଉପସ୍ଥାପନ କରିଛି। ସେ କହିଛି ନିର୍ଭୟା ଘଟଣାରେ କୋର୍ଟ ନିଯୁକ୍ତ କରିଥିବା ଆମିକସ କ୍ୟୁରୀ […]

Breaking News ଅପରାଧ

ପୋଖରୀକୁ ବାଇକ୍ ଖସି ୨ମୃତ

ଭୁବନେଶ୍ଵର : ଯାଜପୁର ବରୁହାଁ ଅଞ୍ଚଳର ଏକ ପୋଖରୀକୁ ବାଇକ୍ ଖସି ପଡ଼ିବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ଅଭିଜିତ ଉପାଧ୍ୟାୟ ଓ ସୁଶିଲ ରାୟ। ଖବର ଅନୁଯାୟୀ ଯାଜପୁର ଟାଉନ ଅଞ୍ଚଳର ଅଭିଜିତ ଓ ସୁଶିଲ ଗତକାଲି ବଜାଜ୍ ପଲସର ବାଇକରେ କଟକ ଯାଇଥିଲେ। କିନ୍ତୁ ଯିବା ବାଟ‌ରେ ଭାରସାମ୍ୟ ହରାଇ ୨୦ଫୁଟ ଗଭୀର ପୋଖରୀ ଭିତରକୁ ପଶି ଯାଇଥିଲେ। ଘଟଣାଟି ରାତିରେ ଘଟିଥିବାରୁ ଏହାକୁ ରାସ୍ତାରେ ଯାଉଥିବା ଲୋକମାନେ ଜାଣିପାରି ନଥିଲେ। […]

Breaking News ଦେଶ-ବିଦେଶ

ଖୁବ୍ ଶୀଘ୍ର ୟେସ ବ୍ୟାଙ୍କ ସମସ୍ୟାର ସମାଧାନ ହେବ : ନିର୍ମଳା

ନୂଆଦିଲ୍ଲୀ : ଜମାକାରୀ, ବ୍ୟାଙ୍କ ଓ ଅର୍ଥନୀତିର ସ୍ୱାର୍ଥରକ୍ଷା ପାଇଁ ସବୁପ୍ରକାରର ପଦକ୍ଷେପ ନିଆଯାଉଛି। ୟେସ ବ୍ୟାଙ୍କ ସଂକଟକୁ ନେଇ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଏହି ସମସ୍ୟାର ଶୀଘ୍ର ସମାଧାନ ହୋଇଯିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଆଶ୍ୱାସନା ଦେଇଛନ୍ତି। ଉଭୟ ରିଜର୍ଭ ବ୍ୟାଙ୍କ ଓ ସରକାର ଏହା ଉପରେ ନଜର ରଖିଛନ୍ତି। ଜମାକାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ରିଜର୍ଭ ବ୍ୟାଙ୍କ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଗତକାଲି ରିଜର୍ଭ ବ୍ୟାଙ୍କ […]

Breaking News ଦେଶ-ବିଦେଶ

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଛୁଇଁଲା

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଉତ୍ତମ ନଗରର ଜଣେ ବାସିନ୍ଦା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ସଞ୍ଜୀବ କୁମାର କହିଛନ୍ତି ଆଜି ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ଅତୀତରେ ଥାଇଲାଣ୍ଡ ଓ ମାଲେସିଆ ଗସ୍ତ କରିଥିଲେ। ଏବେ ଦେଶରେ ୨୮ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏମାନଙ୍କ ସହ କେଉଁମାନଙ୍କର ନିବିଡ଼ ସମ୍ପର୍କ ଥିଲା ସେମାନଙ୍କୁ ସରକାରୀ କର୍ତ୍ତୃପକ୍ଷ ଚିହ୍ନଟ […]

Breaking News ଦେଶ-ବିଦେଶ

ଅଯୋଧ୍ୟା ମାମଲା: ସୁପ୍ରିମ୍‌ କୋର୍ଟରେ ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆର କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାକୁ ନେଇ ଆଜି ସଂଖ୍ୟାଲଘୁ ସଙ୍ଗଠନ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ (ପିଏଫ୍‌ଆଇ) ସୁପ୍ରିମ୍‌ କୋର୍ଟରେ ଏକ ପିଟିସନ୍‌ ଦାଏର କରିଛି। ଏଥିରେ ସେ ଦର୍ଶାଇଛି ଅଯୋଧ୍ୟା ଓ ଏହାର ବିବାଦୀୟ ମାମଲାର କୌଣସି ପକ୍ଷ ନୁହେଁ। କିନ୍ତୁ ଏହି ମାମଲାରେ ୨୦୧୯ ମସିହା ନଭେମ୍ବର ମାସରେ ସୁପ୍ରିମ୍‌ କୋର୍ଟଙ୍କ ପାଞ୍ଚଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଦେଇଥିବା ରାୟ ଯୋଗୁଁ ‘ପିଏଫ୍‌ଆଇ’ର ଅଧିକାର କ୍ଷୁଣ୍ଣ ହେଉଛି। ସେଥିପାଇଁ ଏହି ରାୟ ଉପରେ ରହିତାଦେଶ […]