ଅଗଷ୍ଟ ୬ରୁ ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ନିୟମିତ ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଆଜି ଅଯୋଧ୍ୟା ମାମଲାର ଶୁଣାଣି ହୋଇଥିଲା। କୋର୍ଟ ନିଷ୍ପତ୍ତି ନେଇଛନ୍ତି ଆସନ୍ତା ଅଗଷ୍ଟ ୬ ତାରିଖରୁ ଏହି ମାମଲା ଉପରେ ନିୟମିତ ଶୁଣାଣି କରାଯିବ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି ଯେ ପର୍ଯ୍ୟନ୍ତ ମାମଲାର ଶୁଣାଣି ଶେଷ ହୋଇନାହିଁ ସେ ପର୍ଯ୍ୟନ୍ତ ନିୟମିତ ଶୁଣାଣି କରାଯିବ। କୋର୍ଟ ଆହୁରି କହିଛନ୍ତି ମଧ୍ୟସ୍ଥି କମିଟି କୌଣସି ନିଷ୍ପତ୍ତିରେ ପହଞ୍ଚି ପାରିନାହିଁ। ତେଣୁ ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏହି ମାମଲା ଉପରେ ଶୁଣାଣି କରାଯିବ ।

ମତାମତ ଦିଅନ୍ତୁ ।