ଅନୁଗୁଳ: କାନ୍ଥ ପଡ଼ି ଜଣେ ମୃତ ଓ ୨ ଆହତ

ଭୁବନେଶ୍ଵର : ଅନୁଗୁଳ ଜିଲ୍ଲାରେ ଘରର କାନ୍ଥ ପଡ଼ିବା ଯୋଗୁଁ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ହେଲେଇ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଘଟଣ। ଗୋଟିଏ ପରିବାରର ୫ଜଣ ସଦସ୍ୟ ଶୋଇଥିବା ବେଳେ କାନ୍ଥ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ସୁଶୀଳ ହାତୀ ଓ ତାଙ୍କ ପୁଅ ବଞ୍ଚିଯାଇଛନ୍ତି। କିନ୍ତୁ ସାନ ଝିଅର ମୃତ୍ୟୁ ହୋଇଛି। ସ୍ତ୍ରୀ ପୁଷ୍ପାଞ୍ଜଳି ଓ ବଡ଼ ଝିଅ ପ୍ରିୟଙ୍କା ଗୁରୁତର ଆହତ ହୋଇଥିବାରୁ ଦୁହିଁଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।