ଅନୁପ୍ରବେଶକାରୀଙ୍କୁ ଦେଶ ଛାଡ଼ିବାକୁ ପଡ଼ିବ: ଜେପି ନଡ୍ଡା

ନୂଆଦିଲ୍ଲୀ : ‘ନେସ୍‌ନାଲ୍‌ ରେଜିଷ୍ଟର୍‌ ଅଫ୍‌ ସିଟିଜେନ୍‌ସ୍‌’ ଆଧାରରେ ଅନୁପ୍ରବେଶକାରୀଙ୍କୁ ଦେଶ ଛାଡ଼ିବାକୁ ପଡ଼ିବ। ଦେଶରେ ସେମାନଙ୍କୁ ରଖାଇ ଦିଆଯିବନାହିଁ ବୋଲି କହିଛନ୍ତି ବିଜେପିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜେପି ନଡ୍ଡା।

ଝାଡ଼ଖଣ୍ଡର ବୋକାରୋରେ ବିଜୟ ସଙ୍କଳ୍ପ ଯାତ୍ରାରେ ଉଦ୍‌ବୋଧନ ଦେଇ ଶ୍ରୀ ନଡ୍ଡା ସେ କହିଲେ ଭରତ ଗୋଟାଏ ଦେଶ, ପାନ୍ଥଶାଳା ନୁହେଁ। ତେଣୁ ଆଗାମୀ ଦିନମାନଙ୍କରେ ଆମେ ଏ ଭଳି ବ୍ୟବସ୍ଥା କରିବୁ ଯେ ଆମ ଦେଶରେ କୌଣସି ଅନୁପ୍ରବେଶକାରୀ ରହି ପାରିବେ ନାହିଁ। ସେମାନେ ଦେଶରୁ ବାହାରିବେ। ଦେଶ ବାହାରେ ନିର୍ଯାତିତ ହିନ୍ଦୁ, ଜୈନ, ଶିଖ ଓ ଖ୍ରୀଷ୍ଟିଆନ୍‌ମାନଙ୍କୁ ଭାରତରେ ଆଶ୍ରୟ ଦିଆଯିବ।

ମତାମତ ଦିଅନ୍ତୁ ।