ଅନ୍ତଃଜାତି ବିବାହ କଲେ ସରକାରୀ ଚାକିରି ମିଳିବ

ଭୁବନେଶ୍ୱର : ସମାଜରୁ ଜାତିଆଣ ମନୋଭାବ ଦୂର କରିବାକୁ ଆହୁରି ଅନେକ କିଛି କରିବାକୁ ପଡ଼ିବ। ଯେଉଁମାନେ ଅନ୍ତଃଜାତି ବିବାହ କରୁଛନ୍ତି ସେମାନଙ୍କୁ ମିଳିବ ସରକାରୀ ଚାକିରି। ସ୍ୱାମୀ/ସ୍ତ୍ରୀ ଭିତରୁ ଜଣଙ୍କୁ ଚାକିରି ଦେବାପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ଏନେଇ ବିଚାର କରନ୍ତୁ। ଏହି କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରାମଦାସ ଅଠୱାଲେ।
ମଙ୍ଗଳବାର ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠୱାଲେ କହିଲେ ଯେ ଜାତିପ୍ରଥା ଦୂର ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ୨୦୧୭-୧୮ରେ ଓଡ଼ିଶାରେ ୫୪୨ଜଣ ଅନ୍ତଃଜାତି ବିବାହ କରିଥିଲେ। ୨୦୧୮-୧୯ରେ ୯୭୧ଜଣ ଓ ୨୦୧୯-୨୦ରେ ୬୩୧ ଜଣ ଅନ୍ତଃଜାତି ବିବାହ କରିଛନ୍ତି । ଏହି ବିବାହ ପାଇଁ ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଉଛି। ଅନ୍ତଃଜାତି ବିବାହ ସଂଖ୍ୟା ବଢ଼ିଲେ ହିଁ ଜାତିପ୍ରଥା ଦୂରେଇ ଯିବ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।