ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ୍ ଧମକ ଦେଇ ଧର୍ମ ପରିବର୍ତ୍ତନ ଉଦ୍ୟମ

ଖୋର୍ଦ୍ଧା : ପ୍ରଥମେ ପ୍ରେମ। ବିବାହ ପାଇଁ ଧର୍ମ ପରିବର୍ତ୍ତନ ଓ ଗୋ-ମାଂସ ଭକ୍ଷଣ ସର୍ତ୍ତ। ଶେଷରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋ ଭାଇରାଲ୍ କରିବାର ଧମକ। ଏପରି ଅଭିଯୋଗ ଖୋର୍ଦ୍ଧା ଟାଉନ ଥାନାରେ ହୋଇଥିବା ଜଣାପଡିଛି। ହେଲେ ସୂଚନା ମିଳିଛି ବୁଧବାର ବରୁଣେଇଠାରେ ବାହାଘର ହେବ।

ଖବର ଅନୁଯାୟୀ କଲେଜରେ ଯୁକ୍ତ ଦୁଇ ପଢ଼ିବା ସମୟରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ମସଜିଦ୍ ସାହିର ଅଲ୍ଲିମୁଦ୍ଦୀନ ସାହା ସହିତ ଖୋର୍ଦ୍ଧାର କୁନି ମହାପାତ୍ର (ଛଦ୍ମନାମ)ଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପାଠପଢା ଶେଷ ହେବା ପରେ କୁନି ବିବାହ ପାଇଁ କହିବାରୁ ଆରମ୍ଭ ହୋଇଥିଲା ନାଟକ। ଅଭିଯୋଗ ଅନୁସାରେ କୁନି ବିବାହ ପାଇଁ କହିବାରୁ ଅଲ୍ଲିମୁଦ୍ଦୀନ ୨୦୨୨ ନଭେମ୍ବର ୨୨ ତାରିଖରେ ତାଙ୍କୁ ଏକ ଘରକୁ ଡାକି ନେଇଥିଲା। ସେଠାରେ ଗୋ-ମାଂସ ଖାଇବା ଓ ନିକଟ ମସଜିଦ୍‌ରେ ମୌଲାନାଙ୍କ ସମ୍ମୁଖରେ ଧର୍ମ ପରିବର୍ତ୍ତନ କଲେ ବିବାହ କରିବି ବୋଲି କହିଥିଲା। ଏହି ଘଟଣା ପରଠାରୁ ଅଲ୍ଲିମୁଦ୍ଦିନ କୁନିଠାରୁ କିଛିମାସ ଦୂରେଇ ଯାଇଥିଲେ ହେଁ ପରେ ଭୁଲ ମାଗିବା ସହ ବିବାହର ପ୍ରତିଶ୍ରୁତି ଦେଇ ଭୁବନେଶ୍ୱରର ରେଗାଲିଆ ନିକଟ ୱୟୋ ହୋଟେଲକୁ ନେଇଥିଲା। ସେଠାରେ ଗୋ-ମାଂସ ଖୁଆଇ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲା। ଉତ୍ତୋଳନ କରିଥିଲା ଭିଡ଼ିଓ। ଏ କଥା କାହାକୁ କହିଲେ ଭିଡ଼ିଓ ଭାଇରାଲ୍ କରିଦେବା ସହିତ ମାରିଦେବାକୁ ଧମକ ଦେଇଥିଲା।

ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ ଅଭିଯୋଗ ସମ୍ପର୍କରେ ପଚରାଉଚୁରା ପାଇଁ ଅଭିଯୁକ୍ତ ଓ ତାଙ୍କ ପରିବାରକୁ ଡକାଇଛନ୍ତି। କିନ୍ତୁ ଅଭିଯୁକ୍ତ ଖୋର୍ଦ୍ଧା ସହରରେ ନଥିବା ପରିବାର ସଦସ୍ୟ କହିଥିଲେ ହେଁ ଆସନ୍ତା କାଲି ଅଲ୍ଲିମୁଦ୍ଦିନର ବାହାଘର କାର୍ଯ୍ୟକ୍ରମ ବରୁଣେଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *

Back to top button