ଅବୈଧ ସମ୍ପର୍କ ପାଇଁ ଏହି ଅଭିନେତ୍ରୀଙ୍କୁ ୩ବର୍ଷ ବ୍ୟାନ କରିଥିଲା ଫିଲ୍ମ ଇଣ୍ଡଷ୍ଟ୍ରି

ଚେନ୍ନାଇ : ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରେମ ବ୍ୟାପରକୁ ନେଇ ଚର୍ଚ୍ଚାରେ ଥାନ୍ତି ଅଭିନେତ୍ରୀମାନେ। କାହା ସହିତ କାହାର ଆଫେୟର୍ସ ଚାଲିଛି ତାକୁ ନେଇ ଶୁଣିବାକୁ ମିଳିଥାଏ ଅନେକ କଥା। ଏଥିପାଇଁ ଇଣ୍ଡଷ୍ଟ୍ରି କାହାକୁ ବ୍ୟାନ କରିଥିବା ଶୁଣାଯାଇନି। କିନ୍ତୁ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ହୋଇଛି। ଅଭିନେତ୍ରୀ ନିକିତା ଠୁକରାଲଙ୍କୁ କରାଯାଇଛି ୩ ବର୍ଷ ବ୍ୟାନ। ଅଭିନେତା ଦର୍ଶନ-ନିକିତାଙ୍କ ସମ୍ପର୍କ ନେଇ ଦର୍ଶନଙ୍କ ପତ୍ନୀ ବିଜୟଲକ୍ଷ୍ମୀଙ୍କ ଅଭିଯୋଗ ଆଣିବା ପରେ ଇଣ୍ଡଷ୍ଟ୍ରି ନିକିତାଙ୍କୁ ବ୍ୟାନ କରିଥିଲା।

୨୦୦୨ରୁ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ନିକିତା। ଖୁବ କମ ଦିନରେ ସେ ହୋଇପାରିଥିଲେ ଲୋକପ୍ରିୟ। ଅଭିନେତ୍ରୀ ହୋଇଯାଇଥିଲେ। ଯିଏ କି ଏକାଧାରରେ ତାମିଲ, କନ୍ନଡ, ତେଲଗୁ ଓ ମାଲାୟଲମ ଫିଲ୍ମରେ ଅଭିନୟ କରିପାରୁଥିଲେ। ତେବେ ଦକ୍ଷିଣ ଭାରତୀୟ ଅଭିନେତା ଦର୍ଶନଙ୍କ ସହ ଆଫେୟାର ନେଇ ନିକିତା ପଡିଲେ ଅଡୁଆରେ। ଦର୍ଶନଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଦୁହିଁଙ୍କ ଭିତରେ ଅବୈଧ ସମ୍ପର୍କ ଅଭିଯୋଗ ଆଣିବା ସହିତ ନିକିତାଙ୍କ ପାଇଁ ଦର୍ଶନ ତାଙ୍କୁ ମାରପିଟ କହିଲେ। କନ୍ନଡ ପ୍ରଡ୍ୟୁସର ଆସୋସିଏସନ ଏହି ଅଭିଯୋଗ ପରେ ନିକିତାଙ୍କୁ ୩ ବର୍ଷ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ବ୍ୟାନ କରିଥିଲା। ହେଲେ ନିଷିଦ୍ଧାଦେଶ ବେଶି ସମୟ ରହିପାରିନଥିଲା। ନିକିତାଙ୍କ ଫ୍ୟାନ୍ସଙ୍କ ନିଷ୍ପତ୍ତି ବଦଳି ଥିଲା। ମାତ୍ର ୪ ଦିନ ପରେ ହଟିଥିଲା ବ୍ୟାନ। ଏହି ଘଟଣା ପରେ ଆହୁରି ଲୋକପ୍ରିୟ ହୋଇଯାଇଥିଲେ ନିକିତା। ଦକ୍ଷିଣ ଭାରତୀୟ ଫିଲ୍ମର ଏବେ ସେ ସୁପରହିଟ ଅଭିନେତ୍ରୀ।

ମତାମତ ଦିଅନ୍ତୁ ।