ଅଭିନେତ୍ରୀଙ୍କୁ ଭେଟାଇ ଦେବାକୁ କହି ୭୫ଲକ୍ଷ ଠକିନେଲା ପ୍ରଯୋଜକ

ନୂଆଦିଲ୍ଲୀ: ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲଙ୍କୁ ଭେଟାଇ ଦେବେ କହି ୭୫ଲକ୍ଷ ଟଙ୍କା ନେଇଥିବା ଜଣେ ଫିଲ୍ମ ପ୍ରଯୋଜକ ତାମିଲନାଡୁ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ନାମ ଗୋପାଳକ୍ରିଷ୍ଣା।

ସୂଚନା ଅନୁଯାୟୀ ଗୋପାଳକ୍ରିଷ୍ଣା ଜଣେ ବ୍ୟବସାୟୀଙ୍କ ପୁଅ ପ୍ରଦୀପକୁ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲଙ୍କ ସହ ଭେଟ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କହିଥିଲେ କାଜଲ ଦୁଇଦିନ ପରେ ରାମନାଥପୁରମ ଆସୁଛନ୍ତି ଓ ଦେଖା କରିବା ପାଇଁ ତୁମକୁ ଫଟୋ ଓ ପରିଚୟପତ୍ର ସହିତ ପ୍ରଥମେ ୫୦,୦୦୦ଟଙ୍କା ଦେବାକୁ ହେବ। ପ୍ରଦୀପଙ୍କ ଠାରୁ ଟଙ୍କା ପାଇବା ପରେ କାଜଲଙ୍କ ସହିତ ତାଙ୍କ ଫଟୋକୁ ଲଗାଇ ତାଙ୍କୁ ବ୍ଲାକ୍‌ମେଲ କରିବା ଆରମ୍ଭ କରିଥିଲେ। ଠକି ନେଇଥିଲେ ୭୫ଲକ୍ଷ ଟଙ୍କା। ବାରମ୍ବାର ବ୍ଲାକ୍‌ମେଲିଂର ଶିକାର ହେବା ପରେ ପ୍ରଦୀପ କୋଲକାତା ଯାଇ ଘରକୁ ଫୋନ କରି ଆତ୍ମହତ୍ୟା କରିବାକୁ ଚାହୁଁଛି ବୋଲି କହିଥିଲେ। ପ୍ରଦୀପଙ୍କ ବାପା ସମସ୍ତ ବିଷୟ ଅବଗତ ହୋଇ ପୋଲିସ ସହାୟତାରେ ପ୍ରଦୀପଙ୍କୁ କୋଲକାତାରୁ ଉଦ୍ଧାର କରିଥିଲେ। ଆଉ ଟଙ୍କା ପଠାଇଥିବା ବ୍ୟାଙ୍କ ଆକଉଣ୍ଟକୁ ଯାଞ୍ଚକରି ପୋଲିସ ଗୋପାଳକ୍ରିଷ୍ଣାଙ୍କ ପାଖରେ ପହଞ୍ଚିଥିଲା ବୋଲି ଜଣା ପଡ଼ିଛି ।

ମତାମତ ଦିଅନ୍ତୁ ।