ଅଭିଯୁକ୍ତ ସ୍ତ୍ରୀ ସହ ସମ୍ପର୍କ ରଖିବାକୁ ଉଦ୍ୟମ କରି ଫସିଲେ ପୋଲିସ ବାବୁ

0

ଭଦ୍ରକ : ଅଭିଯୁକ୍ତର ପତ୍ନୀ ସହିତ ପ୍ରେମ ସମ୍ପର୍କ ଯୋଡିବାକୁ ପ୍ରୟାସ କରି ଫସିଗଲେ ପୋଲିସ ବାବୁ। ଏବେ ସେ ଭଣ୍ଡାରିପୋଖରୀ ଥାନାରେ ଅଟକ ଥିବାରୁ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ପୋଲିସ ୱାରେଣ୍ଟ ବଳରେ ରବିବାର ରାତିରେ ଗିରଫ କରିଥିଲା। ସୋମବାର ହୋଇଥିଲା କୋର୍ଟଚାଲାଣ। ତାଙ୍କୁ କୋର୍ଟ ନେଇଥିଲେ ଭଣ୍ଡାରିପୋଖରୀ ଥାନାର ଏପିଆର ହାବିଲଦାର ହରମୋହନ ନାୟକ। କିନ୍ତୁ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ପଠାଯାଇଥିଲା।

କୋର୍ଟ ଯିବା ସମୟରେ ହାବିଲଦାର ହରମୋହନଙ୍କ ମୋବାଇଲରୁ ସ୍ତ୍ରୀ ସହ କଥା ହୋଇଥିଲେ ଅବ୍ଝିଯୁକ୍ତ। ସେ ଜେଲ୍‌ ଯିବା ପରେ ହରମୋହନ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ବାରମ୍ବାର ଫୋନ କରି ସମ୍ପର୍କ ଯୋଡିବାକୁ ଚେଷ୍ଟା କରିଥିଲେ। ଆଉ କୁଆଡେ କହିଥିଲେ ମୋତେ ଭାଇ ବୋଲି ଭାବେ। ଆମ ଭିତରେ ଯୋଡ଼ି ହେଲା ନୂଆ ସମ୍ପର୍କ। ଏହାକୁ ବଞ୍ଚାଇ ରଖିବା। ତୋ ସ୍ୱାମୀକୁ ମୁକୁଳାଇବି। କାଲି ବେଲ୍‌ ହେବ। ନ ହେଲେ ପଅରଦିନ ହେବ।

କେବଳ ସେତିକି ନୁହେ ମୋ ସ୍ତ୍ରୀ ଦୁଇବର୍ଷ ହେଲା ମରିଯାଇଛି। ମୁଁ ତୋତେ ସାହାଯ୍ୟ କରିବି। ହେଲେ ମୋ କଥା ଟିକେ ବୁଝିବୁ ବୋଲି କହିଥିଲେ ହରମୋହନ। ଗତକାଲି ମଧ୍ୟାହ୍ନରେ ହରମୋହନ ଅଭିଯୁକ୍ତଙ୍କ ଘରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିଲେ। ହେଲେ ମହିଳାଜଣକ ଚିତ୍କାର କରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ପହଞ୍ଚି ହରମୋହନଙ୍କୁ ଅଟକ ରଖି ଭଣ୍ଡାରିପୋଖରୀ ପୋଲିସ୍‌ ଜିମା ଦେଇଥିଲେ। ଏନେଇ ଏତଲା ଦିଆଯିବାରୁ ଏପିଆର ହାବିଲଦାରଙ୍କୁ ଭଣ୍ଡାରିପୋଖରୀ ପୋଲିସ ଅଟକ ରଖିଛି।

Leave A Reply

Your email address will not be published.