ଅଯୋଧ୍ୟା: ଡିସେମ୍ବର ୨୮ପର୍ଯ୍ୟନ୍ତ ସୋସିଆଲ୍‌ ମିଡ଼ିଆ ଉପରେ କଟକଣା

ନୂଆଦିଲ୍ଲୀ : ବିବାଦୀୟ ରାମଜନ୍ମଭୂମି-ବାବ୍ରି ମସଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଚଳିତ ମାସରେ ଆସିବାର ସମ୍ଭାବନା ରହିଛି। ଏହାପୂର୍ବରୁ ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ଉତ୍ତର ପ୍ରଦେଶ ସରକାର ନେଇଛନ୍ତି ପଦକ୍ଷେପ। ସାମାଜିକ ଗଣମାଧ୍ୟମ ଉପରେ ଆସନ୍ତା ଡିସେମ୍ବର ୨୮ ପର୍ଯ୍ୟନ୍ତ ଲଗାଇଛନ୍ତି କଟକଣା। ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍ ଲାଇନ ଜାରି କରାଯାଇଛି। ଆଗାମୀ ଦୁଇମାସ ଯାଏ କୌଣସି ପ୍ରକାର ବିଭ୍ରାନ୍ତିକର, ଆପତ୍ତିଜନକ ଓ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ହ୍ଵାଟ୍ସଆପ, ଟ୍ଵିଟର, ଟେଲିଗ୍ରାମ ଓ ଇନଷ୍ଟାଗ୍ରାମରେ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୧୪୪ ଅନୁଯାୟୀ ଜାରି ହୋଇଛି ଏହି କଟକଣା।

ସେହିପରି ବୈଦ୍ୟୁତିକ ଗଣମାଧ୍ୟମରେ ଅଯୋଧ୍ୟା ମାମଲା ସମ୍ପର୍କିତ କୌଣସି ଆଲୋଚନା ନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହାର ଅବମାନନା କଲେ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୧୮୮ ଅର୍ନ୍ତଗତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଜାରି ହୋଇଥିବା ନିର୍ଦ୍ଦେଶରେ ସୂଚିତ କରାଯାଇଛି।

ମତାମତ ଦିଅନ୍ତୁ ।