ଅର୍ଶ ସମସ୍ୟା ଦୂରକରେ ବାସି ଭାତ

ଭାତ ବାସି ହୋଇଗଲେ ଅନେକ ଲୋକ ଫୋପାଡି ଦେଇଥାଆନ୍ତି। କିନ୍ତୁ ଏହା ଶରୀର ପାଇଁ ବେଶ୍‌ ଉପକାରୀ। ଗବେଷକମାନେ ମତ ଅନୁଯାୟୀ ବାସି ଭାତ ଖାଇବାର ପ୍ରଣାଳୀ ଜାଣିଲେ ଏହା ଲାଭଦାୟକ ହୋଇଥାଏ। ତେଣୁ ବାସି ଭାତକୁ ପ୍ରଥମେ ଏକ ମାଟି ପାତ୍ରରେ ରାତି ସାରା ପାଣିରେ ଭିଜାଇ ରଖିବା ପରେ ସକାଳୁ ପିଆଜ ସହ ଖାଆନ୍ତୁ।
-ଅର୍ଶ ସମସ୍ୟା ଥିବା ବ୍ୟକ୍ତି ସପ୍ତାହକୁ ୩ ଥର ସକାଳ ଜଳଖିଆ ପରିବର୍ତ୍ତେ ବାସିଭାତ ଖାଇଲେ ଏହା ଠିକ୍‌ ହୋଇଥାଏ।
-ଏଥିରେ ପ୍ରଚୁର ପରିମାଣରେ ଫାଇବର ଥିବାରୁ କୋଷ୍ଠ କାଠିନ୍ୟ ପାଇଁ ଭଲ କାମ କରେ।
-ବାସିଭତ ନିୟମିତ ଖାଇଲେ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ।
-ଯେଉଁମାନଙ୍କର ଚା’ ଅବା କଫି ଅଭ୍ୟାସ ରହିଛି ଏଥିରୁ ଦୂରେଇ ରହିବାକୁ ଚାହୁଁଥିଲେ ନିୟମିତ ସକାଳୁ ବାସି ଭାତ ଖାଇଲେ ଏ ଅଭ୍ୟାସ ଛାଡି ଯାଇଥାଏ।

ମତାମତ ଦିଅନ୍ତୁ ।