ଅଶ୍ୱଗନ୍ଧା ଚା’ର ଉପକାରିତା

କରୋନା ଭାଇରସ୍‌ ସଂକ୍ରମଣରେ ସମଗ୍ର ବିଶ୍ୱ ଗତି କରୁଥିବାବେଳେ ନିଜକୁ ସୁସ୍ଥ ଓ ସୁରକ୍ଷିତ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଏଥିରୁ ରକ୍ଷା ପାଇବାର କୌଣସି ଉପାୟ ଏପର୍ଯ୍ୟନ୍ତ ବାହାରି ନଥିବାବେଳେ ସାମାଜିକ ଦୂରତା, ହାତକୁ ସାନିଟାଇଜ୍‌ କରିବା ଏବଂ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ହୋଇଛି । ଏ ଭାଇରସ୍‌ ସହ ଲଢ଼ିବା ପାଇଁ ଆମେ କେବଳ ନିଜର ପ୍ରାକୃତିକ ରୋଗ ପ୍ରତିରୋଧ ପ୍ରଣାଳୀ ଉପରେ ଭରସା କରିପାରିବା । ଆମ ରୋଗ ପ୍ରତିରୋଧ ପ୍ରଣାଳୀ ଶ୍ୱେତ ରକ୍ତ କୋଷିକା ଓ ଅନ୍ୟ କୋଷିକା ଉତ୍ପନ୍ନ କରେ, ଯାହା ଭୂତାଣୁ ସଂକ୍ରମଣକୁ ନଷ୍ଟ କରିବାରେ ସହାୟକ ହୁଏ । ଏହା ଆମ ପ୍ରତିରକ୍ଷାର ପ୍ରଥମ ଚରଣ । ତେଣୁ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାର ଅନେକ ଉପାୟ ରହିଛି ଯଥା- ସୁସ୍ଥ ଜୀବନଶୈଳୀ ଓ ରୋଗପ୍ରତିରୋଧ ଶକ୍ତିବର୍ଦ୍ଧକ ଖାଦ୍ୟପେୟ । 

ଆୟୁର୍ବେଦ ଚା’ ନିୟମିତ ପିଇବା ଦ୍ୱାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇପାରିବ ବୋଲି ବିଶେଷଜ୍ଞମାନେ ଜୋର୍‌ ଦେଇଛନ୍ତି । ଏକ ଗ୍ଲାସ୍‌ ପାଣିରେ ୧ ଇଞ୍ଚର ଅଶ୍ୱଗନ୍ଧା ମୂଳ ମିଶାଇ ଫୁଟାନ୍ତୁ । ଏହାକୁ ଏକ କପ୍‌ରେ ଛାଣି ସେଥିରେ ଏକ ଛୋଟ ଚାମଚ ମହୁ ଓ ସ୍ୱାଦ ଅନୁସାରେ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାରେ ସହାୟକ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି । ଦୀର୍ଘ ସମୟ ଧରି ଆୟୁର୍ବେଦ ଔଷଧ ଭାବେ ଅଶ୍ୱଗନ୍ଧାକୁ ବ୍ୟବହାର କରାଯାଉଛି । ଭାରତ ଓ ଉତ୍ତର ଆଫ୍ରିକାରେ ଦେଖାଯାଉଥିବା ଏହି ଗଛର ମୂଳ, ପତ୍ର ଓ ଫୁଲକୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସାରେ ପ୍ରୟୋଗ କରାଯାଉଛି । ଅଶ୍ୱଗନ୍ଧା ଚିନ୍ତା, ଅବସାଦ, ଉଦ୍‌ବେଗ, ପ୍ରଦାହ ଆଦିରୁ ଉପଶମ ପ୍ରଦାନ କରେ ।

ମତାମତ ଦିଅନ୍ତୁ ।