ଅସଦାଚରଣ କରି ରାସ୍ତାରେ ଆଣ୍ଠେଇଲେ ଯୁବକ

ଭୁବନେଶ୍ଵର : ଯୁବତୀଙ୍କୁ ଅସଦାଚରଣ କରି ରାସ୍ତାରେ ଆଣ୍ଠେଇଲେ ଯୁବକ। ମୟୂରଭଞ୍ଜ କେସିଙ୍ଗା ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ଆଜି ସକାଳେ ସ୍ଥାନୀୟ ଅଞ୍ଚଳର ଜଣେ ଛାତ୍ରୀ ମାଣତ୍ରୀ ଛକରେ ଥିବା ଏକ ପାଥୋଲୋଜିକୁ ରକ୍ତ ପରୀକ୍ଷା ପାଇଁ ଯାଇଥିଲେ। ସେଠାରେ କାମ କରୁଥିବା ଟେକ୍ନିସିଆନ୍ ତାଙ୍କୁ ଅସଦାଚରଣ କରିଥିବା ସେ ପରିବାର ଲୋକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଛାତ୍ରୀଙ୍କ ପରିବାର ଓ ଗାଁ ଲୋକେ ଆସି ଅଭିଯୁକ୍ତଙ୍କୁ ମାଡ଼ ମାରିବା ସହିତ ରାସ୍ତାରେ ଆଣ୍ଠେଇ ଦେଇଥିଲେ। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।