ଅସଦାଚରଣ ଶିକାର ହୋଇଥିବା ଟୁଇଟ୍‌ କଲେ ଆଇଏଏସ୍‌ ଅଫିସର ବର୍ଷା

ନୂଆଦିଲ୍ଲୀ : ମୁଁ ମଧ୍ୟ ମୋ ଚ୍ୟାମ୍ବରରେ ଅସଦାଚରଣର ଶିକାର ହୋଇଛି। ଏଭଳି ସମସ୍ୟାର ସମାଧାନ କ’ଣ ହୋଇ ପାରିବ ବୋଲି ଟୁଇଟ୍‌ କରି ଲେଖିଛନ୍ତି ଉତ୍ତର ଦିଲ୍ଲୀ ନଗର ନିଗମର କମିଶନର ବର୍ଷା ଯୋଶୀ। ବର୍ଷାଙ୍କର ଏହି ଟୁଇଟ୍‌ ଏବେ ଚର୍ଚ୍ଚାରେ ରହିଛି।

ଖବର ଅନୁଯାୟୀ ଜଣେ କହିଳା ବର୍ଷାଙ୍କୁ ଟ୍ୟାଗ୍‌ କରି ଏକ ଟୁଇଟ୍‌ କରିଥିଲେ। ଯେଉଁଥିରେ ଲେଖାଥିଲା କି, ଆମ ଅଞ୍ଚଳରେ କିଛି ଲୋକ ଏକ ସ୍ଥାନରେ ବସି ହୁକ୍କା ଟାଣିବା ସହ ତାସ ଖେଳିଥାନ୍ତି। ସେହି ବାଟ ଦେଇ ଯିବା ଆସିବା କରୁଥିବା ମହିଳାଙ୍କୁ ସେମାନେ ଅପଶବ୍ଦ ବ୍ୟବହାର କରିଥାନ୍ତି। ମୁଁ ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ।

ମହିଳାଙ୍କ ଟୁଇଟ୍‌ର ଜବାବ ରଖି ଉତ୍ତର ଦିଲ୍ଲୀ ନଗର ନିଗମର କମିଶନର ବର୍ଷା ଯୋଶୀ ଲେଖିଥିଲେ ଉତ୍ତର ଭାରତରେ ମହିଳାମାନଙ୍କୁ ୨୪ଘଣ୍ଟା ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ମୋ ଚ୍ୟାମ୍ବରରେ ମଧ୍ୟ ମୋ ସହ ଲୋକେ ଦୁର୍ବ୍ୟବହାର କରିଥାନ୍ତି। ପୁରୁଷମାନେ କ’ଣ କରୁଛନ୍ତି ନ ଜାଣି ମହିଳାମାନଙ୍କ ପ୍ରତି ଅସଦାଚରଣ କରିଥାନ୍ତି। କୁହ, ଏହାର ସମାଧାନ କ’ଣ ହୋଇ ପାରିବ ?

ମତାମତ ଦିଅନ୍ତୁ ।