ଆଇଆଇଟି ଛାତ୍ର ଓ ପ୍ରଫେସର ତିଆରି କଲେ କରୋନା ବିନାଶକ ଡିଓଡ୍ରାଣ୍ଟ

ନୂଆଦିଲ୍ଲୀ: ଆଇଆଇଟି କାନପୁରର ଜଣେ ଛାତ୍ର ଓ ଆଇଆଇଟି ଗୌହାଟୀରେ ଜଣେ ସହକାରୀ ପ୍ରଧ୍ୟାପକ ମିଶି କରୋନା ବିନାଶକ ଡିଓଡ୍ରାଣ୍ଟ ତିଆରି କରିଛନ୍ତି। ଏହା କୋରନା ଭୂତାଣୁକୁ ମାରିବା ସହ ଡିଓଡ୍ରେଣ୍ଟ ପରି ବାସ୍ନା ମଧ୍ୟ ହେବ।

କାନପୁରରେ ଥିବା ଫାଗ୍ରାନ୍ସ ଓ ଫ୍ଲେଭଲ କେନ୍ଦ୍ରରେ ଏମାନେ ଏହି ଗବେଷଣା କରିଥିଲେ। ଆଇଆଇଟି କାନପୁରର ପୂର୍ବତନ ଛାତ୍ର ଅନିଶିକ ଗଙ୍ଗଓ୍ୱାର ଏହି ପ୍ରକଳ୍ପରେ କାମ କରୁଥିଲେ। ସେ ପରିବେଶକୁ ସୁହାଉଥିବା ଭଳି ଡିଓଡ୍ରାଣ୍ଟ ତିଆରି କରିଛନ୍ତି। ଏହା ସ୍ୱାସ୍ଥ୍ୟ ଓ ଚର୍ମ ଉପରେ ମଧ୍ୟ ଭଲ ପ୍ରଭାବ ପକାଇବ। ଏହି ଡିଓଡ୍ରାଣ୍ଟକୁ ଉଭୟ ଚର୍ମ ଓ ପୋଷାକ ଉପରେ ବ୍ୟବହାର କରାଯାଇପାରିବ। ଏହା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ଦର୍ଶାଯାଇଛି। କରୋନା ଭୂତାଣୁକୁ ଶରୀର ବାହାରେ ନଷ୍ଟ କରିବା ପାଇଁ ଏହା ସହାୟକ ହେବ। ଏଥିରେ କେତକ ସାନିଟାଇଜ୍‌ ମିଶ୍ରଣ ରହିଛି । ଖୁବ ଶୀଘ୍ର ଏହା ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେବ।

ମତାମତ ଦିଅନ୍ତୁ ।