ଆଇଆଇଟି ଭୁବନେଶ୍ୱରରେ ଶେଷ ହେଲା ପରୀକ୍ଷା

ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନ (ଆଇଆଇଟି), ଭୁବନେଶ୍ୱର ଅନଲାଇନ ଜରିଆରେ ଏହାର ଶେଷ ବର୍ଷର ପରୀକ୍ଷା ଶେଷ କରିଛି। ଏହି ଅନୁଷ୍ଠାନରେ ଅଧ୍ୟୟନରତ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ସହ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଏହି ପରିକ୍ଷା ଦେଇଛନ୍ତି। ଏମ୍-ଟେକର ୧୬୭ ଜଣ, ବି-ଟେକର ୨୦୬ଜଣ, ଏମଏସସିର ୭୫ଜଣ, ପିଏଚ୍‌ଡିର ୪୨ଜଣ, ୩୬ଜଣ ସ୍ନାତକ ଛାତ୍ରଛାତ୍ରୀଙ୍କ ସହ ମୋଟ ୫୨୬ଜଣ ଏହି ପରୀକ୍ଷା ଦେଇଛନ୍ତି।

ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ରାଜକୁମାର କହିଛନ୍ତି ଯେ ପରୀକ୍ଷାକୁ ସୁନିୟନ୍ତ୍ରିତ କରିବା ସହ ଛାତ୍ରଛାତ୍ରୀଙ୍କୁ ସୁବିଧା ହେଲା ଭଳି ବ୍ୟବସ୍ଥା କରାଯାଇଥିଲା। ଏହି ପରୀକ୍ଷା ଜୁନ୍ ୨୪ତାରିଖ ଠାରୁ ୩୦ତିରାଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହା ସଫଳ ହୋଇଥିବା ପ୍ରଫେସର ରାଜକୁମାର ପ୍ରକାଶ କରିଛନ୍ତି।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ମତାମତ ଦିଅନ୍ତୁ ।