୫ଟି ଶିକ୍ଷାକୁ ନେଇ ଅପରାଜିତା-ଅରୂପ ମୁହାଁମୁହିଁ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୫ଟି କୁ ନେଇ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ନେତା ଅରୂପ ପଟ୍ଟନାୟକ ଏକ ପ୍ରକାର ମୁହାଁମୁହିଁ ହୋଇଛନ୍ତି।

ଗୁରୁବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଶାସନର ୨୦ ବର୍ଷ ପରେ ସରକାର କାହିଁକି ଏବେ ୫ଟି ଆଣିଲେ। ପୂର୍ବରୁ ଏହା କ’ଣ ଆମ ସିଷ୍ଟମରେ ନଥିଲା ? ୫ଟି ଏକ ଅଭିନବ ପଦକ୍ଷେପ ନୁହେଁ। ଏହା ପୁରୁଣା କଥା। ମୁଁ ଆଇଏଏସ୍ ଟ୍ରେନିଂ ନେବା ବେଳେ ୫ଟି ଟ୍ରେନିଂ ଦିଆଯାଉଥିଲା।

ଅପରାଜିତାଙ୍କ ଏହି ମନ୍ତବ୍ୟ ଉପରେ ଆପତ୍ତି ଉଠାଇଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ। ସେ କହିଛନ୍ତି ଆଇଏଏସ / ଆଇପିଏସ ଟ୍ରେନିଂରେ ଲୋକଙ୍କ ସହ କିପରି ବସିବେ, କେମିତି ମିଶିବେ ଶିଖା ଯାଏ ନାହିଁ। ସେ ଭଦ୍ର ମହିଳା ଟ୍ରେନିଂରେ ୫ଟି ଶିଖିଥିବେ। କିନ୍ତୁ ମୁଁ ଟ୍ରେନିଂରେ କେବଳ ପରେଡ୍ ଶିଖିଛି। ଯେବେ ସେ ମୁଖ୍ୟମନ୍ତ୍ରୀ ହେବେ ୫ଟି ବାତିଲ କରିଦେବେ ବୋଲି କହିଛନ୍ତି ଅରୂପ। ତେବେ ୫ଟି ଶିକ୍ଷାକୁ ନେଇ ଦୁଇନେତା ଯେଉଁ ମତ ରଖିଛନ୍ତି କାହା କଥା ଠିକ ?

ମତାମତ ଦିଅନ୍ତୁ ।