ଆଇଏଏସ୍‌ ବିଜୟ କେତନଙ୍କ ଉପରୁ ଉଠିଲା ନିଲମ୍ବନ

ଭୁବନେଶ୍ଵର: ଭାରତୀୟ ପ୍ରଶାସନିକ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ ଉପରୁ ନିଲମ୍ବନ ଉଠାଇ ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ପ୍ରତ୍ୟାହାର କରିନେଇଛନ୍ତି। ନିଲମ୍ବନ ପ୍ରତ୍ୟାହାର ସହିତ ବିଜୟ କେତନଙ୍କୁ ପୁନଃ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର। ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟ ବୋର୍ଡ ଅଫ୍ ରେଭିନ୍ୟୁର ସଚିବ ଭାବେ ଦାୟିତ୍ଵ ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।