ଆଇଏଏସ ସ୍ତରରେ ଅଦଳବଦଳ, ନିରଞ୍ଜନ ସାହୁ ହେଲେ ଶ୍ରମ କମିଶନର

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ସାହୁଙ୍କୁ ଶ୍ରମ କମିସନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଆଇଏଏସ ସଂଗ୍ରାମଜିତ୍ ନାୟକଙ୍କୁ ବିଏମସିର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ସୁଶାନ୍ତ ମହାପାତ୍ରଙ୍କୁ ମିଳିଛି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ। ସେହିପରି ନୟାଗଡର ଜିଲ୍ଲାପାଳ ଏନ. ଥିରୁମାଲା ନାୟକଙ୍କୁ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ କୋରାପୁଟ ଜିଲ୍ଲାପାଳ ପୁମା ଟୁଡୁଙ୍କୁ ନୟାଗଡ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ମଧୁସୁଦନ ମିଶ୍ର ହୋଇଛନ୍ତି କୋରାପୁଟ ଜିଲ୍ଲାପାଳ। ବାଲିଗୁଡା ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବଙ୍କୁ ବ୍ରହ୍ମପୁର, ଗଞ୍ଜାମର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ମତାମତ ଦିଅନ୍ତୁ ।