ଆଇଏମଡି ଡିଜି ଭାବେ ଦାୟିତ୍ୱ ନେଲେ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ଵର : ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଭାବେ ଆଜି ମୃତ୍ୟୁଞ୍ଜୟ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରତି ବ୍ଲକରେ ଏବଂ ପ୍ରତି ଘଣ୍ଟାରେ ମୈାସୁମୀ ଖବର ଲୋକଙ୍କ ପାଖରେ ପହଂଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ଗୁରୁବାର ଆଇଏମଡି ଡିଜି ଭାବେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ତଥା ଓଡ଼ିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ବିଶ୍ୱ ପାଣିପାଗ ବିଭାଗ ସଂଗଠନରେ ଭାରତର ସ୍ଥାୟୀ ପ୍ରତିନିଧି ମଧ୍ୟ ଅଛନ୍ତି । ଏହାପରେ  ୨୦୨୧ ଅଗଷ୍ଟ ୧୫ ସୁଦ୍ଧା ସାରାଦେଶକୁ ରାଡାର ମଧ୍ୟକୁ ଆଣିବା ଲକ୍ଷ୍ୟ ରଖାଯାଇଛି ବୋଲି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଏବେ ଓଡ଼ିଶାର ପାରାଦୀପ ଓ ଗୋପାଳପୁରରେ ଡପଲର ରାଡାର ଲାଗିଛି । ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ବଲପୁରରେ ଡପଲର ରାଡାର ଲଗାଯିବ । ବାଲେଶ୍ୱର ଡିଆରଡିଓ ରାଡାର ଯଦି ବ୍ୟବହାର ନକଲେ ନୂଆ ବସାଯିବ । ପ୍ରତି ବ୍ଲକରେ ଏବଂ ପ୍ରତି ଘଣ୍ଟାରେ ମୈାସୁମୀ ଖବର ଲୋକଙ୍କ ପାଖରେ ପହଂଚାଇବା ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି ।

ମତାମତ ଦିଅନ୍ତୁ ।