ଆକାଶ ଅମ୍ବାନୀ ଓ ଶ୍ଳୋକା ମେହେଟାଙ୍କ ଭିଡିଓ ଭାଇରାଲ୍‌

ମୁମ୍ବାଇ: ଆକାଶ ଅମ୍ବାନୀଙ୍କ ସହ ନିର୍ବଦ୍ଧ ହେବା ପରେ ଚର୍ଚ୍ଚାରେ ରହିଛନ୍ତି ଶ୍ଳୋକା ମେହେଟା। ଅମ୍ବାନୀ ପରିବାରରେ ତାଙ୍କ ନାଁ ଯୋଡ଼ି ହେବା ପରଠାରୁ ସେ ପାଲଟି ଯାଇଛନ୍ତି ଜଣେ ଚର୍ଚ୍ଚିତ ଚେହେରା। ନିକଟରେ ଶ୍ଳୋକାଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଅବଶ୍ୟ ଭିଡିଓଟି ପୁରୁଣା, ମାତ୍ର ଭାଇରାଲ୍‌ ହେବା ପରେ ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଭିଡିଓଟି ଏକ ବିବାହ ପାର୍ଟିର ବୋଲି ଜଣାପଡିଥିଲେ ହେଁ ସେଥିରେ ଆକାଶ ଶ୍ଳୋକାଙ୍କୁ ନିଆରା ଅନ୍ଦାଜରେ ଧରି ବଲିଉଡ୍‌ ପୋଜ୍‌ ଦେଇଥିବା ନଜର ଆସିଛନ୍ତି।

ମତାମତ ଦିଅନ୍ତୁ ।