ଆକ୍ରମଣ ଆଶଙ୍କା, ସୀମାରେ ରେଡ୍‌ ଆଲର୍ଟ

ନୂଆଦିଲ୍ଲୀ: ପାକିସ୍ତାନ ଏବେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ଚାଇନାର ଡ୍ରୋନ୍‌ ଦ୍ୱାରା ଅସ୍ତ୍ରଶସ୍ତ୍ର ପଠାଇ ଆକ୍ରମଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଜଣାପଡ଼ିବା ପରେ ଆଜି ବିଏସ୍‌ଏଫ୍‌ ଓ ଆର୍ମି ପକ୍ଷରୁ ପାକିସ୍ତାନ ସୀମାନ୍ତରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଉଭୟ ଏଲଓସି ଓ ଆଇବିରେ ମୁତୟନ ଯବାନଙ୍କୁ ସବୁଠାରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ ପାକିସ୍ତାନ ୮ ଦିନରେ ୧୦ ଥର ଭାରତରେ ଡ୍ରୋନ୍‌ ଦ୍ୱାରା ଅନୁପ୍ରବେଶ କରି ଅସ୍ତ୍ରଶସ୍ତ୍ର ପଠାଇଛି। ଆଗକୁ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନ ଘଟିବ ସେଥିପାଇଁ ଉଭୟ ସ୍ଥଳ ଓ ଆକାଶ ମାର୍ଗରେ ନଜର ରଖିବାକୁ ଯବାନମାନଙ୍କୁ କୁହାଯାଇଛି।

ମତାମତ ଦିଅନ୍ତୁ ।