ଆଗାମୀ ୫ ବର୍ଷରେ ପାନୀୟ ଜଳ ଓ ଜଳସେଚନ ପାଇଁ ୩.୫ ଲକ୍ଷ କୋଟି ଖର୍ଚ୍ଚ ହେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୫ ବର୍ଷ ମଧ୍ୟରେ ସରକାର ପାନୀୟ ଜଳ ଯୋଗାଣ ଓ ଜଳସେଚନ ପାଇଁ ୩.୫ ଲକ୍ଷ କୋଟି ଟଙ୍କା ନିବେଶ କରିବେ। ଆଜି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘ଜଳ ଜୀବନ ମିସନ’ ଅଧୀନରେ ଦେଶର ମାଆ, ଉଭଣୀ ଓ ଚାଷୀ ଭାଇମାନଙ୍କ ଜଳ ସମସ୍ୟାକୁ ଦୂର କରିବାକୁ ସରକାର ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ହରିଆଣାରେ ନିର୍ବାଚନ ପ୍ରଚାର କରିବା ବେଳେ ମୋଦୀ କହିଛନ୍ତି ଜଳ ସମସ୍ୟା ଦୂର ହୋଇଗଲେ କୃଷକମାନେ ଆଉ ପାଣିପାଗକୁ ଭରସା କରି ରହିବେ ନାହିଁ। ପାରମ୍ପରିକ ଜଳ ଯୋଗାଣ ପ୍ରକ୍ରିୟାକୁ ଗ୍ରାମାଞ୍ଚଳରେ ପୁନରୁତ୍ଥାନ କରାଯିବ। ଘରେ ବ୍ୟବହୃତ ହେଉଥିବା ପାଣକୁ ପୁଣି ଥରେ ଚାଷବାସରେ ବ୍ୟବହାର କରିବାକୁ ଆବଶ୍ୟକୀୟ ପ୍ରକ୍ରିୟାର ସହାୟତା ନିଆଯିବ ବୋଲି ସେ ଆଶ୍ୱାସନା ଦେଇ କହିଛନ୍ତି। ୨୦୨୪ ମସିହା ସୁଦ୍ଧା ଦେଶରେ ଆଉ ଜଳ ସମସ୍ୟା ରହିବନି ବୋଲି ମୋଦୀ ଆଶା ପ୍ରକଟ କରି କହିଛନ୍ତି।

ମତାମତ ଦିଅନ୍ତୁ ।