ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଅଯୋଧ୍ୟା ଶୁଣାଣି ଶେଷ ହେବ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ମାମଲାର ଯୁକ୍ତିତର୍କ ସନ୍ଧ୍ୟା ୫ଟା ସୁଦ୍ଧା ଶେଷ ହେବ। ମାମଲାର ଅନ୍ତିମ ପର୍ଯ୍ୟାୟରେ ବାଧା ଦେବା ଭଳି ଏକ ଆବେଦନକୁ ଅଗ୍ରାହ୍ୟ କରି ଆଜି ଏହା କହିଛନ୍ତି ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ।

ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ଚାଲିଛି। ସାମ୍ବିଧାନିକ ଖଣ୍ଡପୀଠ ୩୯ ଦିନ ହେବ ଯୁକ୍ତିତର୍କ ଶୁଣି ଆସୁଛନ୍ତି। ଆଜି ଏହା ୪୦ ଦିନରେ ପହଞ୍ଚିଛି। ଏହି ଶୁଣାଣି ହେଉଛି ଇତିହାସରେ ଦ୍ୱିତୀୟ ଦୀର୍ଘତମ ମୌଖିକ ଶୁଣାଣି। ୧୯୭୨ ମସିହାର କେଶବାନନ୍ଦ ଭାରତୀ ମାମଲାରେ ୧୩ ଜଣ ବିଚାରପତି ସମ୍ବଳିତ ଖଣ୍ଡପୀଠ ପାର୍ଲାମେଣ୍ଟ୍‌ର କ୍ଷମତା ଉପରେ ରାୟ ଶୁଣାଇଥିଲେ। ଏଥିପାଇଁ ୬୮ ଦିନ ଧରି ଶୁଣାଣି ଚାଲିଥିଲା।

ମତାମତ ଦିଅନ୍ତୁ ।