ଆଣ୍ଡା ପାଇଁ ସଇଁତଳା ଥାନା ଏଏସ୍‌ଆଇ ନିଲମ୍ବିତ

ଭୁବନେଶ୍ଵର : ବଲାଙ୍ଗୀର ଜିଲ୍ଲାର ସଇଁତଳା ଏଏସ୍‌ଆଇ ଜଗଦୀଶ ମହାନନ୍ଦ ଆଜି ନିଲମ୍ବିତ ହୋଇଛନ୍ତି। ‘ମୋ ସରକାର’ କାର୍ଯ୍ୟକ୍ରମରେ ଅଭିଯୋଗର ତଦନ୍ତ କରି ବଲାଙ୍ଗୀର ଏସ୍‌ପି ମଡକର ସନ୍ଦୀପ ସଂପଦ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନା ଅନୁଯାୟୀ ମାରପିଟକୁ ଘଟଣାକୁ କେନ୍ଦ୍ର କରି ସଇଁତଳା ପଛପଟରେ ରହୁଥିବା ଆଶାିଷ ସାହୁ ନାମରେ ଜଣେ ବ୍ୟକ୍ତି ଗତ ସେପ୍ଟେମ୍ବର ୧୨ରେ ଥାନାକୁ ଏତଲା ଦେବାକୁ ଯାଇଥିଲେ। ମାମଲା ରୁଜୁ କରିବା ପୂର୍ବରୁ ଏଏସ୍‌ଆଇ ଅଭିଯୋଗକାରୀଙ୍କୁ କୁକୁଡ଼ା ଅଣ୍ଡା ଆଣି ଦେବାକୁ କହିଥିଲେ। ‘ମୋ ସରକାର’ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବା ପୂର୍ବରୁ ଅଧିକାରୀମାନେ ଆଶିଷ ସାହୁଙ୍କୁ ଯୋଗାଯୋଗ କରିଥିଲେ। ଅଧିକାରୀମାନେ ପୋଲିସ ପ୍ରଶାସନ ବ୍ୟବସ୍ଥା ବାବଦରେ ପ୍ରଶ୍ନ କରିବାରୁ ସେ ସଇଁତଳା ଏଏସ୍‌ଆଇଙ୍କ ବ୍ୟବହାର ନେଇ କହିବା ପରେ ଘଟଣାର ଡିଏସ୍‌ପି ସ୍ତରରେ ତଦନ୍ତ ହୋଇଥିଲା। ତଦନ୍ତ ଆଧାରରେ ଜଗଦୀଶଙ୍କୁ ନିଲମ୍ବନ କରାଯାଇଛି।

ମତାମତ ଦିଅନ୍ତୁ ।