ଆତଙ୍କବାଦୀଙ୍କ ଟାର୍ଗେଟରେ ଲାଲକିଲ୍ଲା, ଦିଳ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଲାଲକିଲ୍ଲା । ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଆତଙ୍କବାଦୀମାନେ ଲାଲକିଲ୍ଲାରେ ବଡ ଆକ୍ରମଣ କରିବା ନେଇ ଗୁଇନ୍ଦା ସୂଚନା ମିଳିଛି । ଭାରତର ଏହି ଐତିହାସିକ ସ୍ଥଳ ଲାଲକିଲ୍ଲାକୁ ଟାର୍ଗେଟ କରି ଆତଙ୍କବାଦୀ ସଙ୍ଗଠନ ବ୍ଲୁ-ପ୍ରିଣ୍ଟ ପ୍ରସ୍ଥୁତ କରୁଛି । ଏନେଇ ଜାତୀୟ ସୁରକ୍ଷା ସଂସ୍ଥା  ହାଇ ଆଲର୍ଟ ଜାରି କରିବା ସହିତ କଦିଲ୍ଲୀ ପୋଲିସକୁ ଆଲର୍ଟ ଜାରି କରିଛି  । ଏହା ପରେ ରାଜଧାନୀ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଫଗାନିସ୍ତାନ ପାସପୋର୍ଟରେ ଆତଙ୍କବାଦୀମାନେ ଦିଲ୍ଲୀରେ ପ୍ରବେଶ କରି ଆକ୍ରମଣ କରିପାରନ୍ତି ବୋଲି ସୂଚନା ମିଳିଛି । ଲାଲକିଲ୍ଲାର ୩ କିଲୋମିଟର ପରିଧି ମଧ୍ୟରେ ସୁଡଙ୍ଗ, ସ୍ୱରେଜ କିମ୍ବା ଅନ୍ୟବାଟରେ ଆକ୍ରମଣର ଆଶଙ୍କା କରିଛି ଜାତୀୟ ସୁରକ୍ଷା ଏଜେନ୍ସି । ଗୁଇନ୍ଦା ବିଭାଗ ରିପୋର୍ଟ ପରେ ଦେଶର ସମସ୍ତ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

ମତାମତ ଦିଅନ୍ତୁ ।