ଆତଙ୍କବାଦୀଙ୍କ ପାଖରେ ରହିଛି ଅସ୍ତ୍ର ଶସ୍ତ୍ରର ଅଭାବ

ନୂଆଦିଲ୍ଲୀ : ଜମ୍ମୁ-ଶ୍ମୀରରେ ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ଅଭାବର ସାମ୍ନା କରୁଛନ୍ତି। ସେଥିପାଇଁ ସେମାନେ ଥାନା ଲୁଟିବା ପାଇଁ ଷଡ଼ଯନ୍ତ୍ର ରଚୁଛନ୍ତି। ପାକିସ୍ତାନ ଏବେ ସଙ୍କଟରେ ରହିଥିବାରୁ ଜମ୍ମୁ-କାଶ୍ମୀରକୁ ଅସ୍ତ୍ରଶସ୍ତ୍ର ପଠାଇବା ଲାଗି ବିଭିନ୍ନ କୌଶଳ ଆପଣଉଛି। ଏହା କହିଛନ୍ତି ଜମ୍ମୁ-କାଶ୍ମୀରର ନଦର୍ଣ୍ଣ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ। ଅନ୍ୟ ଏକ ସୂଚନା ମିଳିଛି ପାକ୍‌ ଅଧିକୃତ କଶ୍ମୀରର ନିୟନ୍ତ୍ରଣ ରେଖା ନିକଟସ୍ଥ ବିଭିନ୍ନ ପ୍ରଶିକ୍ଷଣ ଶିବିରରେ ୫୦୦ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ପ୍ରବେଶ ଅପେକ୍ଷାରେ ରହିଛନ୍ତି।

ଶୁକ୍ରବାର ସେ କହିଛନ୍ତି ଗତ ମାସରେ ପିଡିପିର ଜିଲ୍ଲା ମୁଖ୍ୟ ଆଡଭୋକେଟ୍ ନାସିର ହୁସେନ ଶେଖଙ୍କୁ ବନ୍ଧକ କରି ଆତଙ୍କବାଦୀ ତାଙ୍କ ଅଙ୍ଗରକ୍ଷକଙ୍କ ଠାରୁ ଇନସାସ୍ ରାଇଫଲ ଲୁଟି ନେଇଥିଲେ। ଏମିତିକି ତିନିଜଣ ଆତଙ୍କୀ ରାତିସାରା ବନ୍ଧକ ରଖିବା ପରେ ଅସ୍ତ୍ରଶସ୍ତ୍ର ସହିତ ପିଡିପି ନେତାଙ୍କ ଭାଇର କାର ନେଇ ଫେରାର ହୋଇ ଯାଇଥିଲେ।

ଅନ୍ୟପକ୍ଷରେ ଜମ୍ମୁ-କାଶ୍ମୀର ସୋପିଆନ ଜିଲ୍ଲାରେ ପୋଲିସ ଅସ୍ତ୍ରଶସ୍ତ୍ର ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ସନ୍ଦେହରେ ଗିରଫ କରାଯାଇଛି। ଦକ୍ଷିଣ କାଶ୍ମୀରର କୁଣ୍ଡୁଲନ ଇଲାକାରେ ଜଣେ ଏଟିଏମ ଗାର୍ଡଙ୍କଠାରୁ ୧୨-ବୋରର ରାଇଫଲ ଛଡ଼ାଇ ନିଆଯାଇଥିଲା। ଏହାଛଡା ୨୦୧୮ ଡିସେମ୍ବରରେ ଆତଙ୍କବାଦୀ ଏକ ଚେକପୋଷ୍ଟରେ ୪ଜଣ ପୋଲିସଙ୍କୁ ଗୁଳି କରି ହତ୍ୟା କରିବା ପରେ ତିନୋଟି ସେଲ୍ଫ ଲୋଡିଂ ରାଇଫଲ(ଏସଏଲଆର) ଲୁଟି ନେଇଥିଲେ।

ମତାମତ ଦିଅନ୍ତୁ ।