ଆତ୍ମସମର୍ପଣ କଲେ ନକ୍ସଲ ଦମ୍ପତ୍ତି

ମାଲକାନଗିରି : ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ହାର୍ଡକୋର ନକ୍ସଲ ଦମ୍ପତ୍ତି ଆଜି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାମ କାନା ମାଢି ଓ ଲାକେ ପୁନମ ମିଲିଟାରୀ। କାନା ମାଢି ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟି ଏରିଆ କମାଣ୍ଡର ଥିବାବେଳେ ଲାକେ ପୁନମ ମିଲିଟାରୀ ପ୍ଲାଟୁନର ସଦସ୍ୟ ଥିଲେ। କାନା ମାଢିଙ୍କ ନିଜ ଘର କାଲିମେଳା ଥାନା ଅନ୍ତର୍ଗତ ସୁଧାକୋଣ୍ଡାରେ। ଲାକେ ପୁନମଙ୍କ ଘର ଛତିଶଗଡ ବିଜାପୁର ଜିଲ୍ଲାରେ ବୋଲି ଜଣା ପଡିଛି।

ମତାମତ ଦିଅନ୍ତୁ ।