ଆଧାର କାର୍ଡ: ଏକାଧିକବାର ତ୍ରୁଟି ସଂଶୋଧନ ଉପରେ କଟକଣା

ନୂଆଦିଲ୍ଲୀ : ୟୁଆଇଡିଏଆଇ ନୂଆ ନିୟମ ଅନୁଯାୟୀ ଆଧାର କାର୍ଡରେ ରହିଥିବା ତ୍ରୁଟିକୁ ଏକାଧିକବାର ସଂଶୋଧନ କରାଯାଇ ପାରିବନି। ମାତ୍ର ଦୁଇଥର ନାମ ଓ ଗୋଟିଏ ଥର ଜନ୍ମ ତାରିଖ ସଂଶୋଧନ କରିହେବ।

ନୂଆ ନିୟମରେ ଆଧାର କାର୍ଡରେ ବାରମ୍ବାର ତ୍ରୁଟି ସୁଧାରିବାକୁ ଚାହିଁଲେ ଲମ୍ବା ପ୍ରକ୍ରିୟା ପୂରଣ କରିବାକୁ ପଡିବ।

ଠିକଣା ବଦଳାଇବାକୁ ହେଲେ- ପ୍ରଥମେ ୟୁଆଇଡିଏଆଇ ଅଫିସିଆଲି ସାଇଟ୍‌କୁ ଯିବାକୁ ହେବ। ଡାଟା ଅପଗ୍ରେଡ୍‌ ରିକ୍ୟୁଏଷ୍ଟ ପୋର୍ଟାଲରେ ଲଗ୍‌ଇନ ହେବା ପରେ ଅପ୍ସନରେ ଥିବା ଆଡ୍ରେସ ଉପରେ କ୍ଲିକ କରିବେ। ଆଡ୍ରେସ ବଦଳାଇବା ଲାଗି ପାସପୋର୍ଟ, ବ୍ୟାଙ୍କ ଷ୍ଟେଟମେଣ୍ଟ, ବ୍ୟାଙ୍କ ପାସବୁକ୍, ପୋଷ୍ଟ ଅଫିସ ଆକାଉଣ୍ଟ ପାସବୁକ୍, ରାସନ କାର୍ଡ ଓ ଭୋଟର କାର୍ଡ ଆଦି ପ୍ରମାଣ ପତ୍ର ଆବଶ୍ୟକ। ଏସବୁ ପ୍ରମାଣ ପତ୍ରର ଆଟେଷ୍ଟେଡ୍‌ କପି ଓ ଫଟୋ ଅପଲୋଡ କରିବାକୁ ପଡିବ।

ଜନ୍ମ ତାରିଖ ପାଇଁ- ଜନ୍ମ ପ୍ରମାଣ ପତ୍ର, ପ୍ୟାନ କାର୍ଡ, ପାସପୋର୍ଟ, ଜନ୍ମ ତାରିଖର ଫଟୋ ଆଇଡି, କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ସେବା ଯୋଜନାର ଫଟୋ କାର୍ଡ ଓ ଶିକ୍ଷାଗତ ଯୋଗ୍ୟତା ଥିବା ନାଗରିକଙ୍କ ସାର୍ଟିଫିକେଟ ଆବଶ୍ୟକ।

ନାମ ସଂଶୋଧନ କରିବାକ ହେଲେ- ପାସପୋର୍ଟ, ବ୍ୟାଙ୍କ ଷ୍ଟେଟମେଣ୍ଟ, ବ୍ୟାଙ୍କ ପାସବୁକ୍, ପୋଷ୍ଟ ଅଫିସ ଆକାଉଣ୍ଟ ପାସବୁକ୍, ରାସନ କାର୍ଡ ଓ ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପିଏସୟୁ, ଏନଆରଇଜିଏସ, ଜାତି ପ୍ରମାଣ ପତ୍ର ଓ ଘର ଠିକଣା ଆବଶ୍ୟକ ରହିଛି।

ମତାମତ ଦିଅନ୍ତୁ ।