ଆନ୍ଧ୍ରରେ ବନ୍ଦହେବ ତେଲୁଗୁ ଓ ଉର୍ଦ୍ଦୁ ମାଧ୍ୟମ ସରକାରୀ ବିଦ୍ୟାଳୟ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଇଂରାଜୀ ମାଧ୍ୟମରେ ଶିକ୍ଷା ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ ଆସନ୍ତା ଶିକ୍ଷାବର୍ଷ ଠାରୁ ରାଜ୍ୟରେ ଆଉ ତେଲୁଗୁ ଓ ଉର୍ଦ୍ଦୁ ମାଧ୍ୟମ ସରକାରୀ ବିଦ୍ୟାଳୟ ରହିବ ନାହିଁ। ସବୁ ତେଲୁଗୁ ଓ ଉର୍ଦ୍ଦୁ ମାଧ୍ୟମ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପରିଣତ କରାଯିବ। ସରକାରୀ ସ୍କୁଲ୍‌ଗୁଡ଼ିକର ଶିକ୍ଷାଦାନକୁ ଉନ୍ନତ କରିବା ଲାଗି ଇଂରାଜୀ ମାଧ୍ୟମକୁ ବାଧ୍ୟତାମୂଳକ କରିବା ନିମନ୍ତେ ଏକ ବିଶେଷଜ୍ଞ କମିଟି ଦେଇଥିବା ରିପୋର୍ଟ ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଛି।

କମିସନର୍‌ ଅଫ୍‌ ସ୍କୁଲ୍‌ ଏଡୁକେସନ୍‌ଙ୍କ ଅନୁମତିକ୍ରମେ ମଙ୍ଗଳବାର ଦିନ ସ୍କୁଲ୍‌ ଶିକ୍ଷା ବିଭାଗ ଆଦେଶନାମା ଜାରି କରି ସମସ୍ତ ସରକାରୀ, ଏମ୍‌ପିପି ଏବଂ ଜିଲ୍ଲା ପରିଷଦ୍‌ ସ୍କୁଲ୍‌ଗୁଡ଼ିକର ସବୁ କ୍ଲାସ୍‌ଗୁଡ଼ିକୁ ଇଂରାଜୀ ମାଧ୍ୟମରେ ପରିଣତ କରାଯିବ ବୋଲି କହିଛି। ୨୦୨୦-୨୧ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀଯାଏଁ ଓ ୨୦୨୧-୨୨ରୁ ୯ମ ଓ ୧୦ମ ଶ୍ରେଣୀ ଇଂରାଜୀ ମାଧ୍ୟମ କରାଯିବ।

ମତାମତ ଦିଅନ୍ତୁ ।