ଆଫଗାନିସ୍ତାନ ବିସ୍ଫୋରଣରେ ୬୨ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପୂର୍ବ ଆଫଗାନିସ୍ତାନରେ ଆଜି ଆତଙ୍କବାଦୀ ଆକ୍ରମଣରେ ୬୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ପୂର୍ବ ଆଫଗାନିସ୍ତାନରେ ଥିବା ନଙ୍ଗରହାର ରାଜ୍ୟରେ ଏକ ମସଜିଦରେ ଆଜି ଶୁକ୍ରବାର ନମାଜ ପାଇଁ ଲୋକମାନେ ଏକାଠି ହୋଇଥିଲେ। ଏହି ସମୟରେ ବିସ୍ଫୋରଣ ଘଟିଛି। ଏଥିପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ପୂର୍ବ ଆଫଗାନିସ୍ତାନରେ ଉଭୟ ଆଇଏସ ଓ ତାଲିବାନର ପ୍ରଭାବ ରହିଥିବାରୁ ଏ ଦୁଇ ସଂଗଠନ ମଧ୍ୟରୁ କୌଣସି ସଂଗଠନ ଏହି ଘଟଣା ଘଟାଇଥିବା ସଂଦେହ ହେଉଛି।

ମତାମତ ଦିଅନ୍ତୁ ।