ଆମେରିକାରେ ଇମ୍ରାନ ଖାନ ପୁଣି ଅପଦସ୍ତ

ନୂଆଦିଲ୍ଲୀ : ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସମ୍ବର୍ଦ୍ଧନ ଦିଆଯାଉଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଠାରେ ଅପଦସ୍ତ ହେବାକୁ ପଡିଛି। ସାଉଦୀ ପ୍ରିନ୍ସଙ୍କ ବିମାନରେ ନ୍ୟୁୟର୍କ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ଆମେରିକାର କୌଣସି ବଡ ଅଧିକାରୀ ସ୍ୱାଗତ କରିବାକୁ ଉପସ୍ଥିତ ନଥିଲେ। ସବୁଠାରୁ ଲଜ୍ଜାର ବିଷୟ ହେଲା ଇମ୍ରାନଙ୍କ ସ୍ୱାଗତ ପାଇଁ ଏକ ଫୁଟରୁ ଛୋଟ ରେଡ କାର୍ପେଟ ବିଛା ଯାଇଥିଲା। ପୂର୍ବରୁ ମଧ୍ୟ ଇମ୍ରାନ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। କିନ୍ତୁ ମୋଦୀ ହ୍ୟୁଷ୍ଟନ ପହଞ୍ଚିବା ପରେ ସ୍ଵାଗତ ପାଇଁ ବିଛାଯାଇଥିଲା ରେଡ କାର୍ପେଟ। ଆମେରିକାର ଅନେକ ବରିଷ୍ଠ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଆମେରିକାରେ ଇମ୍ରାନଙ୍କୁ ଗୁରୁତ୍ୱ ନମିଳିବା ପ୍ରସଙ୍ଗରେ ପାକ ରେଳମନ୍ତ୍ରୀ ଶେଖ ରସିଦ କହିଛନ୍ତି କାଶ୍ମୀର ମାମଲାରେ ଆମେରିକା ଭାରତର ସମର୍ଥନ କରୁଛି। ତେଣୁ କାଶ୍ମୀର ମାମଲାରେ ଆମେରିକାକୁ ବିଶ୍ୱାସ କରାଯାଇ ପାରିବନି। ଏ କ୍ଷେତ୍ରରେ ଚୀନକୁ ଏକ ମାତ୍ର ନିକଟତର ବନ୍ଧୁ ରସିଦ କହିଛନ୍ତି । 

ମତାମତ ଦିଅନ୍ତୁ ।