ଆମେରିକାରେ ଦୀପାବଳି ପାଳିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରିକାର ବୋହୂ ହୋଇଥିଲେ ମଧ୍ୟ ସେଠାରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ନିଜ ଦେଶର ପରମ୍ପରା ଅନୁସାରେ ସ୍ୱାମୀ ନିକ୍‌ ଜୋନାସ୍‌ ଓ ତାଙ୍କ ପରିବାର ଲୋକଙ୍କ ସହ ହସଖୁସିରେ ଆମେରିକାରେ ଦୀପାବଳି ପାଳିଛନ୍ତି। ଏହି ଅବସରରେ ପ୍ରିୟଙ୍କା ଗତକାଲି ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍ କରିଥିଲେ। ଏଥିରେ ତାଙ୍କ ସହିତ ନିକ୍ ମଧ୍ୟ ଅଛନ୍ତି। ଦୁହେଁ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ଫଟୋ ପାଇଁ ପୋଜ୍ ଦେଇଛନ୍ତି।

ମତାମତ ଦିଅନ୍ତୁ ।