ଆମେରିକାରେ ବ୍ୟାନ ହେବ ଚୀନ ଆପ

ନୂଆଦିଲ୍ଲୀ: ଭାରତ ପରେ ଏବେ ଆମେରିକା ଚୀନକୁ ଏକ ବଡ଼ ଝଟକା ଦେବାକୁ ଯାଉଛି । ଆମେରିକାରେ ଚୀନ ନିର୍ମିତ ଆପ ଟିକ୍‌ଟକ ସମେତ ଅନ୍ୟ ସୋସିଆଲ ମିଡିଆ ଆପ ଗୁଡ଼ିକ ଉପରେ ପ୍ରତିବନ୍ଧ ଲଗାଇବାକୁ ବିଚାର କରାଯାଉଥିବା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ କହିଛନ୍ତି । ପମ୍ପିଓ ସେଠାକାର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହା ଉପରେ ବିଚାର ବିମର୍ଶ ଚାଲିଥିବା କହିଛନ୍ତି । ଆମେରିକାର ସାଂସଦମାନେ ଟିକ୍‌ଟକର ୟୁଜର ଡାଟାକୁ ନେଇ ଚିନ୍ତା ପ୍ରକଟ କରିସାରିଛନ୍ତି । ଟ୍ରେଡ ୱାର ଯୋଗୁଁ ଆମେରିକା ଓ ଚୀନ ମଧ୍ୟରେ ପୂର୍ବରୁ ଛକାପଂଞ୍ଜା ଲାଗି ରହିଥିବାବେଳେ ବିଦେଶମନ୍ତ୍ରୀଙ୍କ ଏହି ବୟାନରେ ଚୀନ ଚିନ୍ତିତ ହୋଇପଡ଼ିଛି । ସୂଚନା ଥାଉକି ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ନିକଟରେ ଭାରତ ସରକାର ଚୀର ୫୯ ଆପକୁ ବ୍ୟାନ କରିଥିଲେ । ଫଳରେ ଟିକ୍‌ଟକର ପ୍ୟାରେଂଟ କମ୍ପାନୀ ବାଇଟ ଡ୍ୟାନ୍ସକୁ ୬ ଆରବ ଡଲାରର କ୍ଷତି ସହିବାକୁ ପଡ଼ିଛି ।

ମତାମତ ଦିଅନ୍ତୁ ।