ଆମେରିକୀୟ ମହିଳାଙ୍କୁ ଅସଦାଚରଣ କରି ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ଲକ୍ଷ୍ନୌର ହଜରତଗଞ୍ଜ ଇଲାକାରେ ଜଣେ ୨୮ ବର୍ଷୀୟ ଆମେରିକୀୟ ମହିଳାଙ୍କୁ ଅସଦାଚରଣ କରିଥିବା ବାଇକ୍‌ ଟାକ୍ସି ଚାଳକ ବିଜୟ କୁମାର ଗିରଫ ହୋଇଛି। ସଂପୃକ୍ତ ଆମେରିକୀୟ ମହିଳା ଏକ ବର୍ଷିକିଆ ଭିସା ନେଇ ଭାରତରେ କାମ କରିବାକୁ ଆସିଛନ୍ତି। ସେ ଆଜି ନିଜର କାମ ପାଇଁ ସିକନ୍ଦର ବାଗ ଅଞ୍ଚଳରୁ ନ୍ୟୁ ହାଇଦ୍ରାବାଦ ଅଞ୍ଚଳକୁ ବାଇକ ଟାକ୍ସି ମାଧ୍ୟମରେ ଯାଉଥିଲେ। ହଜରତଗଞ୍ଜ ଅଞ୍ଚଳରେ ସଂପୃକ୍ତ ଚାଳକ ତାଙ୍କୁ ଅସଦାଚରଣ କରିଥିବା ମହିଳା ଜଣଙ୍କ ଅଫିସରେ ପହଞ୍ଚି ସହକର୍ମୀମାନଙ୍କୁ କହିବା ପରେ ପୋଲିସକୁ ସୂଚନା ଦିଆଯାଇଥିଲା।

ମତାମତ ଦିଅନ୍ତୁ ।