ଆସାମରେ ଡଙ୍ଗାବୁଡ଼ି ବହୁ ଯାତ୍ରୀ ନିଖୋଜ

ନୂଆଦିଲ୍ଲୀ : ଆସାମ ସୋନିତ୍‌ପୁର ଜିଲ୍ଲାରେ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା ଘଟିଛି । ୮୦ ଜଣ ଯାତ୍ରୀଙ୍କୁ ଜିଆ ଭରାଳୀ ନଦୀ ପାର କରୁଥିବା ଯାତ୍ରୀବାହୀ ଡଙ୍ଗାଟି ଆଜି ଅପରାହ୍ଣରେ ମଝି ନଈରେ ବୁଡ଼ିଯିବାରୁ ବହୁ ଯାତ୍ରୀ ନିଖୋଜ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ଥିବା କିଛି ଯାତ୍ରୀ ପହଁରି ପହଁରି କୂଳକୁ ଚାଲି ଆସିବାରେ ସମର୍ଥ ହୋଇଥିବା ବେଳେ ଆହୁରି ଅନେକଙ୍କ ପତ୍ତା ମିଲିନି। ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି।

ମତାମତ ଦିଅନ୍ତୁ ।