ଆସାମ ବନ୍ୟାରେ୧୫ ମୃତ

ନୂଆଦିଲ୍ଲୀ : ଆସାମରେ ବନ୍ୟା ପରିସ୍ଥିତି ସଂଗୀନ ହେବାରେ ଲାଗିଛି । ରାଜ୍ୟର ୩୩ଟି ଜିଲ୍ଲାରୁ ୩୦ଟି ଜିଲ୍ଲାରେ ବନ୍ୟା ବିତ୍ପାତ ଦେଖାଦେଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । ବନ୍ୟା ପ୍ରପୀଡିତଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ୨୫୦ କୋଟି ଟଙ୍କାର ସହାୟତା।

ରାଜ୍ୟର ପ୍ରାୟ ୧୫୫୬ଟି ଗାଁରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଆଗାମୀ ଦିନରେ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ବାହିନୀକୁ ରିଲିଫ ଓ ସହାୟତା କାମରେ ଲଗାଯାଇଛି । ଅନ୍ୟପକ୍ଷରେ କେନ୍ଦ୍ରୀୟ ସହାୟତା ପାଇଁ ଆସାମର ମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରାଜ୍ୟରେ ରିଲିଫ କାର୍ଯ୍ୟରେ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ।

ମତାମତ ଦିଅନ୍ତୁ ।