ଆସିକା: ସ୍କୁଲ୍‌ରେ ବିସ୍ଫୋରଣ, ଦୁଇ ଛାତ୍ର ଗୁରୁତର

ଭୁବନେଶ୍ଵର : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିସ୍ଫୋରଣ ଘଟି ଦୁଇଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ନାମ ରାଜା ନାୟକ ଓ ଚନ୍ଦନ ସ୍ୱାଇଁ। ଦୁହିଙ୍କ ମୁହଁ ଓ ହାତରେ ଆଘାତ ଲାଗିଥିବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଶନିବାର ସକାଳୁଆ ସ୍କୁଲ ଥିଲା। ସ୍କୁଲ୍‌ ପରିସରରେ ତାବିଜ୍ ଭଳି ଏକ ଜିନିଷ ପଡ଼ିଥିବା ଜଣେ ଛାତ୍ର ଦେଖିବାକୁ ପାଇଥିଲେ। ଏହାକୁ ତଳୁ ଉଠାଇ ସେ ଫୋପାଡ଼ି ଦେବା ପରେ ବିସ୍ଫୋରଣ ହୋଇଥିବା କୁହାଯାଉଛି। ଏଥିରେ ରାଜା ଓ ଚନ୍ଦନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମତାମତ ଦିଅନ୍ତୁ ।