‘ଆହାର’ ଖାଇଲେ ମୁଖ୍ୟ ସଚିବଙ୍କ ସହ ୫ଟି ସଚିବ

ଭୁବନେଶ୍ଵର : ଦକ୍ଷିଣ ଓଡିଶା ଗସ୍ତରେ ଯାଇଛନ୍ତି ପ୍ରଥମେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ଓ ଏନଏଚଏମ (ଜାତୀୟ ସ୍ୱାସ୍ଥ୍ୟ ମିଶନ) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ଏହି ତିନି ବରିଷ୍ଠ ଅଧିକାରୀ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରିଥିଲେ। ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହିତ ରୋଗୀଙ୍କୁ ମିଳୁଥିବା ସ୍ୱାସ୍ଥ୍ୟ ସୁବିଧାର କରିଥିଲେ ସମୀକ୍ଷା। ଏହାପରେ ଆହାର କେନ୍ଦ୍ରରେ ସ୍ୱାଦ ପରଖିବା ପାଇଁ ୫ ଟଙ୍କା ଦେଇ ଖାଇଥିଲେ ଭାତ-ଡାଲମା। ଏହାପୂର୍ବରୁ ଏ ୩ଜଣ ଅଧିକାରୀ ମୋ ସରକାର କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ।

ମତାମତ ଦିଅନ୍ତୁ ।