ଇଦ ପାଳନ ପାଇଁ ଜାମ୍ମୁ-କାଶ୍ମୀରରେ ପ୍ରଶାସନ ଯୋଗାଇଲା ଆଳୁ, ଅଣ୍ଡା ଓ ଚିକେନ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରବାସୀ ପାଳିବେ ଇଦ-ଉଲ-ଅଜହାର। ଏଥିପାଇଁ ପ୍ରଶାସନ ପୁରା ଦମରେ ଯୋଗାଇ ଦେଉଛି ସହାୟତା। ୩୫୫୭ ରାଶନ କେନ୍ଦ୍ର କାମ କରୁଥିବା ବେଳେ ସରକାରୀ ଭ୍ୟାନରେ ଲୋକଙ୍କ ଘର ପର୍ଯ୍ୟନ୍ତ ପରିବା, ଏଲଜିପି, ଚିକେନ, ଅଣ୍ଡା ଆଦି ପହଞ୍ଚାଇ ଦିଆଯାଉଛି। ସରକାରୀ ଭାବେ କୁହାଯାଇଛି ସବୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି। ପ୍ରାୟ ୬୫ଦିନ ଚଳିବା ପାଇଁ ଗହମ, ୫୫ ଦିନ ପାଇଁ ଚାଉଳ, ୧୭ ଦିନ ଯାଏ ମଟନ, ଏକ ମାସ ଖାଇବା ଲାଗି ଚିକେନ, ୩୫ ଦିନ କିରୋସିନି ତେଲ, ଏକ ମାସର ଏଲପିଜି ଓ ୨୮ ଦିନ ନିମନ୍ତେ ପେଟ୍ରୋଲ-ଡିଜେଲ ଗଚ୍ଛିତ ରହିଛି।

ଅନ୍ୟପକ୍ଷରେ ସେଠାକାର ବଜାର ଏବେ ଚଳଚଞ୍ଚଳ। ରିୟାସି, ରାମବନ ଓ କିସ୍ତଓ୍ଵାଡ ଜିଲ୍ଲାରେ ଲୋକେ କିଣାବିକା କରୁଛନ୍ତି। ରବିବାର ଖୋଲିଛି ବେକରୀ, ପୋଲଟ୍ରି ଓ ମଟନ ଦୋକାନ। ବାହାରେ ଲୋକଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳୁଥିବା ବେଳେ ଶ୍ରୀନଗର ସହରରେ ଯାତାୟାତ ସ୍ଵାଭାବିକ ଚାଲିଛି। କୌଣସି ଲୋକ ଯେପରି ଅସୁବିଧାର ସମ୍ମୁଖୀନ ନହୁଏ ସେଥିପାଇଁ ସରକାର ଉଦ୍ୟମ କରୁଛନ୍ତି।

ମତାମତ ଦିଅନ୍ତୁ ।