ଇମ୍ରାନଙ୍କ ସରକାର ବିରୋଧରେ ଏକାଠି ହେଲେଣି ବିରୋଧୀ

ନୂଆଦିଲ୍ଲୀ : ପାକିସ୍ତାନରେ ବିରୋଧିଦଳ ଏକାଠି ହେଲେଣି। ଇମ୍ରାନ ଖାନଙ୍କ ସରକାରକୁ ଭାଙ୍ଗିବାକୁ ଆରମ୍ଭ ହୋଇଛି ପ୍ରୟାସ। ମୁଖ୍ୟ ଦକ୍ଷିଣପନ୍ଥୀ ଦଳ ଅକ୍ଷମ ପାର୍ଟି ଏପରି ଚେଷ୍ଟା ଚଳାଇଥିବା ଜଣାପଡିଛି।

ଅକ୍ଷମ ପାର୍ଟି ଅଭିଯୋଗ କରିଛି ଇମ୍ରାନ ଆର୍ଥିକ ସମସ୍ୟାରୁ ଦେଶକୁ ମୁକୁଳାଇ ପାରୁ ନାହାଁନ୍ତି। ଜମିୟତ ଅଲେମା ଏ ଇସଲାମ ଫଜଲର ପ୍ରମୁଖ ମୌଲାନା ଫଉଲରୁ ରହମାନଙ୍କ ସହ ପିଏମଏଲଏନ ଓ ପିପିପିର ନିଷ୍ପତ୍ତି ପରେ ଏପରି କୁହାଯାଇଛି। ଇମ୍ରାନଙ୍କୁ ସରକାରରୁ ହଟାଇବା ପାଇଁ ଚାହୁଁଛନ୍ତି ଏ ଦୁଇଦଳ। ପାକିସ୍ତାନର ସମସ୍ତ ଦଳକୁ ନେଇ ଏକ ସମ୍ମିଳନୀ ଡାକିବା ପ୍ରସ୍ତାବ ଉପରେ ସହମତ ହୋଇଥିବା ଜଣାପଡିଛି।

ଜମିୟତ ଉଲେମା ଏ ଇସଲାମ-ଫଜଲର ମୁଖ୍ୟ ମୌଲାନା ଫଜଲୁର ରେହମାନ କହିଛନ୍ତି ଏହି ସରକାର ଫର୍ଜି ନିର୍ବାଚନର ପରିଣାମ। ସମସ୍ତ ବିରୋଧିଦଳ ଡି ଚୌକରେ ଏକାଠି ହେବେ। ଏହି ଆନ୍ଦୋଳନ ନରମ ହେବ ନାହିଁ। ନୂଆ ନିର୍ବାଚନ ହେଲେ ବାସ୍ତବିକ ଜନାଦେଶ ବାବଦରେ ଜଣାପଡିବ। ସମସ୍ତ ବିରୋଧିଦଳ ଏକଜୁଟ ହୋଇଛନ୍ତି। ଇମ୍ରାନଙ୍କ ବିରୋଧରେ ବଡ ଆନ୍ଦୋଳନ ହେବ ବୋଲି ପାକିସ୍ତାନୀ ଗଣମାଧ୍ୟମ କହୁଛି।

ମତାମତ ଦିଅନ୍ତୁ ।