ଇରାକରେ ଆମେରିକାର ଏୟାର ଷ୍ଟ୍ରାଇକ, ଆଇଏସ କ୍ୟାମ୍ପରେ ପଡିଲା ୩୬ହଜାର କେଜିର ବୋମା

ନୂଆଦିଲ୍ଲୀ : ଇରାକର ଆଇଏସଆଇଏସ କ୍ୟାମ୍ପ ଉପରେ ଆମେରିକା କରିଛି ଏୟାରଷ୍ଟ୍ରାଇକ। କ୍ୟାମ୍ପ ଉପରେ ପକାଇଛି ୩୬ହଜାର କେଜିର ବୋମା। ଅତ୍ୟାଧୁନିକ ଲଢୁଆ ବିମାନ ଏଫ-୩୫ ଓ ଏଫ-୧୫ରୁ ଏହି ବୋମା ପକାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆମେରିକାର ଏହି ଅପରେସନର ଲକ୍ଷ୍ୟ ଥିଲା ଆଇଏସର ସମସ୍ତ କ୍ୟାମ୍ପକୁ ଧ୍ୱଂସ କରିବା। ଖବର ଥିଲା ମୋସୁଲ ଓ ଜଜିରା ମରୁଭୂମୀ ବ୍ୟତୀତ କିର୍କୁକଠାରେ ଆଇଏସର ନିଜର କ୍ୟାମ୍ପ ବନାଇଛି। କନସ ଦ୍ୱୀପ ଆମେରିକାର ଅପରେଟିଂ ବେସ୍ କ୍ୟାମ୍ପ ପାଖରେ ଅବସ୍ଥିତ। ଆମେରିକା ଓ ଇରାକର ବୁଝାମଣା ପରେ ଏହି ସ୍ଥାନରେ ଦ୍ୱିତୀୟ ଥର ପାଇଁ ଜୋରଦାର ଆକ୍ରମଣ କରାଯାଇଛି। ୨୦୧୭ରେ ଇରାକ ପ୍ରଧାନମନ୍ତ୍ରୀ ହାଇଦର ଅଲ ବାବଦୀ ଆଇଏସ ସଂପୂର୍ଣ୍ଣ ବିନାଶ ହୋଇଯାଇଥିବା ଦାବି କରିଥିଲେ। କିନ୍ତୁ ଏପରି ହୋଇନଥିଲା। ଏସବୁ ଅଂଚଳରେ ଆଇଏସର ଅନେକ ସଂଖ୍ୟାରେ ସ୍ଲିପର ସେଲ୍ ରହିଛନ୍ତି। ଯାହାଙ୍କୁ ଆତଙ୍କବାଦୀ ସଂଗଠନ ସମ୍ମୁଖ ଯୁଦ୍ଧରେ ବ୍ୟବହାର କରୁଛି।

ମତାମତ ଦିଅନ୍ତୁ ।