ଇସ୍ତଫା ଦେଲେ ଜେଏମଏମ ରାଜ୍ୟ ସାଧାରଣ ସମ୍ପାଦକ

ବାରିପଦା : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓଡିଶା ସଭାପତି ମହେଶ ହେମ୍ବ୍ରମଙ୍କ ନିକଟକୁ ପଠାଇଥିବା ଜଣାପଡିଛି। ଶ୍ରୀ ଜେନା ଇସ୍ତଫାପତ୍ରରେ ଲେଖିଛନ୍ତି ବର୍ତ୍ତମାନ ପରିପ୍ରେକ୍ଷୀରେ ମୁଁ ରାଜ୍ୟ ସାଧାରଣ ସମ୍ପାଦକ ହିସାବରେ ଦଳର ସଂଗଠନ ପ୍ରତି ସମୟ ଦେଇପାରୁନାହିଁ। ତେଣୁ ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ପ୍ରଦାନ କରୁଛି। ଜଣେ ଶୃଙ୍ଖଳିତ କର୍ମୀଭାବେ କାର୍ଯ୍ୟ କରିବି ବୋଲି ସେ କହିଥିବା ବେଳେ ଇସ୍ତଫାକୁ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ମତାମତ ଦିଅନ୍ତୁ ।