ଉଚ୍ଚ ସ୍ତରୀୟ ବୈଠକ ଡାକିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଗୁଇନ୍ଦା ମୁଖ୍ୟ ଅରବିନ୍ଦ କୁମାର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି ବୈଠକକୁ ଡକାଯାଇଛି। ରାୟ ପ୍ରକାଶ ପାଇବା ପୂର୍ବରୁ କେନ୍ଦ୍ର ସରକାର ଦେଶର ସମସ୍ତ ରାଜ୍ୟକୁ ହାଇ ଆଲର୍ଟ କରିଛନ୍ତି। ରାଜଧାନୀ, ଦିଲ୍ଲୀ, ଉତ୍ତର ପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅଘଟଣ ଆଶଙ୍କାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଯାଇଛି। ଦିଲ୍ଲୀ ପୁଲିସ୍ ମଧ୍ୟ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବା ସହ ସନ୍ଦିଗ୍ଧ ଲୋକଙ୍କ ଉପରେ ନଜର ରଖିଛି। ସୋଶାଲ ମିଡିଆରେ ଲୋକଙ୍କ ମତ ଉପରେ ମଧ୍ୟ ସରକାର ନଜର ରଖିଛନ୍ତି।

ମତାମତ ଦିଅନ୍ତୁ ।