ଉତ୍ତରପ୍ରଦେଶରେ ନାଗରିକତା ଆଇନ ବିରୋଧୀ ହିଂସା : ୧୯ ମୃତ,୧୧୧୩ ଗିରଫ

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ଆଇନ ବିରୋଧୀ ହିଂସାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଉତ୍ତରପ୍ରଦେଶ। ୧୯ ଜଣ ପ୍ରାଣ ହରାଇଛନ୍ତି। ୧୧୧୩ ଲୋକଙ୍କୁ ପୋଲିସ ଗିରଫ କରିଥିବା ବେଳେ ପ୍ରାୟ ୫୫୫୮ ଜଣ ରହିଛନ୍ତି ଅଟକ।

ଉତ୍ତରପ୍ରଦେଶ ପୋଲିସର ତଥ୍ୟ ଅନୁଯାୟୀ ଫିରୋଜାବାଦରେ ୫, ମିରଟରେ ୪, କାନପୁରରେ ୩, ସମ୍ବଲ ଓ ବିଜନୌରରେ ୨ ଜଣ ଲେଖାଏଁ ଓ ଲକ୍ଷ୍ନୌ, ମୁଜାଫରନଗର ଓ ରାମପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ହିଂସା ଯୋଗୁଁ ୨୮୮ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୧ ଜଣଙ୍କ ଶରୀରେ ଗୁଳି ବାଜିଛି। ସୋସିଆଲ ମିଡ଼ିଆରେ ଉତ୍ତେଜକ ଲେଖା ପାଇଁ ୧୨୪ ବ୍ୟକ୍ତି ଗିରଫ କରାଯାଇଥିବା ବେଳେ ୯୩ଟି ମାମଲା ରୁଜ୍ଜୁ ହୋଇଛି। ୯୩୭୨ଟି ଟ୍ଵିଟର, ୯୮୫୬ଟି ଫେସବୁକ ଓ ୧୮୧ଟି ୟୁଟ୍ୟୁବ ପ୍ରୋଫାଇଲକୁ ଅଚଳ କରାଯାଇଛି।

ମତାମତ ଦିଅନ୍ତୁ ।