ଉତ୍ତରପ୍ରଦେଶ: ଅବସରପ୍ରାପ୍ତ କ୍ୟାପ୍ଟେନଙ୍କୁ ଦୁର୍ବୁତ୍ତ ପିଟି ପିଟି ମାରିଦେଲେ

ନୂଆଦିଲ୍ଲୀ : ଆମେଥିରେ ଜଣେ ଅବସରପ୍ରାପ୍ତ ସେନା କ୍ୟାପ୍ଟେନଙ୍କୁ କେତେକ ଦୁର୍ବୁତ୍ତ ଶନିବାରଦିନ ପିଟି ମାରିଦେଇଛନ୍ତି। କାମରୌଲ୍ଲୀ ଥାନା ଅନ୍ତର୍ଗତ ଗୋଡିଆଁ କା ପୂର୍ବା ଗ୍ରାମରେ ଏଭଳି ଘଟଣାଟି ଘଟିଛି।

ପୋଲିସ ସୁତ୍ରରୁ ମିଳିଥିବା ସୂଚନା ହେଲା ଶନିବାର ରାତିରେ ୬୪ ବର୍ଷୀୟ ଅବସରପ୍ରାପ୍ତ ସେନା କ୍ୟାପ୍ଟେନ ଇମାନୁଲ୍ଲା ନିଜ ପତ୍ନୀଙ୍କ ସହିତ ଘରେ ଥିବାବେଳେ କେତେକ ଅଜଣା ଲୋକ ତାଙ୍କ ଘରେ ପ୍ରବେଶ କରି ତାଙ୍କୁ ଲାଠିରେ ପ୍ରବଳ ମାଡ ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। କ୍ୟାପ୍ଟେନଙ୍କ ମର ଶରୀରକୁ ପୋଲିସ ଜବତ କରିବା ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଡିଜିପିଙ୍କୁ ରିପୋର୍ଟ ତଲବ କରିଛନ୍ତି ।

ମତାମତ ଦିଅନ୍ତୁ ।