ଉତ୍ତର ପ୍ରଦେଶ: ବଜ୍ରପାତରେ ୩୦ ମୃତ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ୧୩ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ଦୁଇ ଦିନରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କର ପ୍ରାଣହାନି ଘଟିଛି। ଏହାଛଡ଼ା ସାପକାମୁଡ଼ାରେ ଯାଇଛି ଦୁଇଟି ଜୀବନ।

ଖବର ଅନୁଯାୟୀ କାନପୁରରେ ସାତ ଜଣ, ଫତେପୁରରେ ସାତ ଜଣ, ଝାନ୍‌ସୀରେ ପାଞ୍ଚ ଜଣ, ଜଲାଉଁରେ ଚାରିଜଣ, ହାମିରପୁରରେ ତିନି ଜଣ, ଗାଜିଆବାଦରେ ଦୁଇ ଜଣ ବ୍ୟକ୍ତି ମରିଥିବା ବେଳେ ଦେଓରିଆ, କୁଶୀନଗର, ଜଉନପୁର, ଅମ୍ବେଦକର ନଗର, ପ୍ରତାପଗଡ଼, କାନପୁର ଦେହାତ ଏବଂ ଚିତ୍ରକୂଟରେ ଜଣେ ଲେଖାଏଁ ବ୍ୟକ୍ତି ମରିଛନ୍ତି। ବଜ୍ରାଘାତ ପୀଡ଼ିତମାନେ ବିଲରେ କାମ କରୁଥିବା ବେଳେ ଗଛମୂଳେ ଠିଆହୋଇଥିଲେ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।