ଉନ୍ମୋଚିତ ହେଲା ଏଓଟିଏସଓର ଲୋଗୋ

ଭୁବନେଶ୍ଵର : ବୈଷୟିକ ଶିକ୍ଷାର ବିକାଶ, ଏ କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ଛାତ୍ର ଏକତାକୁ ଦୃଷ୍ଟିରେ ରଖି ଅଖିଳ ଓଡିଶା ବୈଷୟିକ ଛାତ୍ର ସଂଗଠନ (ଏଓଟିଏସଓ) ଗଠନ କରାଯାଇଛି। ଆଜି ଉନ୍ମୋଚନ ହୋଇଛି ଏହି ସଂଗଠନର ଲୋଗୋ। ରୋଟାରୀ କ୍ଳବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ ଏଓଟିଏସଓର ପ୍ରତିଷ୍ଠତା ତଥା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମଶେଷ ପତ୍ରୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ଆଇଟି ସଂଯୋଜକ ଡକ୍ଟର ହରିଶ ଚୌଧୁରୀ, ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଠା ଦୁଷ୍ମନ୍ତ ପଟ୍ଟନାୟକ, ଏଓଟିଏସଓର ଆବାହକ ରଶ୍ମୀ ରଞ୍ଜନ ଦାସ, ପ୍ରତିଷ୍ଠତା ସଭ୍ୟ ରଞ୍ଜନ ପଲେଇ ଓ ଦିପ୍ତେନ୍ଦୁ ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମତାମତ ଦିଅନ୍ତୁ ।