ଉପଦେଷ୍ଟା ଭାବେ ନିଯୁକ୍ତି ପାଇଲେ ସୋପ୍ନେନ୍ଦୁ ମହାନ୍ତି

ଭୁବନେଶ୍ୱର : ସିଙ୍ଗାପୁର ମନିଟାରୀ ଅଥରିଟିରେ ମୁଖ୍ୟ ଫିନଟେକ୍ ଅଫିସର ଭାବେ କାର୍ଯ୍ୟରତ ଓଡ଼ିଆ ସୋପ୍ନେନ୍ଦୁ ମହାନ୍ତି ଓଡ଼ିଶା ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି। ସେ ରାଜ୍ୟ ସରକାରଙ୍କ ଡିଜିଟାଲ ଓ ଫାଇନାନ୍ସିଆଲ ଟେକ୍ନୋଲୋଜି ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ । ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ମହାନ୍ତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି।

ମତାମତ ଦିଅନ୍ତୁ ।