ଋଣ ପରିଶୋଧର ୧୫ ଦିନ ମଧ୍ୟରେ କାଗଜପତ୍ର ଫେରାଇବ ବ୍ୟାଙ୍କ

ନୂଆଦିଲ୍ଲୀ : ଏଣିକି ସଂପୂର୍ଣ୍ଣ ଋଣ ପରିଶୋଧର ୧୫ ଦିନ ମଧ୍ୟରେ ବ୍ୟାଙ୍କ ଋଣ ନେଇଥିବା ବ୍ୟକ୍ତିଙ୍କ କାଗଜପତ୍ର (ଏନଓସି ଇତ୍ୟାଦି) ଫେରାଇବ। ସେଗୁଡ଼ିକୁ ଅକାରଣରେ ଅଟକାଇ ପାରିବ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଋଣଗ୍ରହୀତା ନିଜ ଋଣ ପରିଶୋଧ କରିବା ପରେ ମଧ୍ୟ ସଠିକ ସମୟରେ ଏନଓସି, ବନ୍ଧକ କାଗଜପତ୍ର କିମ୍ବା ଅନ୍ୟ ଋଣ ସଂପର୍କିତ କାଗଜପତ୍ର ପାଇପାରୁନାହାନ୍ତି। ଏହି କାରଣରୁ ନୂଆ ଋଣ କିମ୍ବା ଅନ୍ୟ କୌଣସି କ୍ଲିୟରାନ୍ସ ପାଇଁ ଆବେଦନ କରିବା ସମ୍ଭବ ହେଉନି। ଏଣିକି ଏ ସମସ୍ୟାର ସମାଧାନ ହୋଇପାରିବ।

ମତାମତ ଦିଅନ୍ତୁ ।